ଢେଙ୍କାନାଳରୁ ମିଳିଲା ଦନ୍ତାହାତୀର ମୃତଦେହ

ଢେଙ୍କାନାଳ  : ଢେଙ୍କାନାଳ ମହାବୀର୍ ରୋଡ୍‌ ରେଞ୍ଜରୁ ମିଳିଲା ଦନ୍ତାହାତୀର ମୃତଦେହ। ଜଙ୍ଗଲରେ ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ପ୍ରାଣ ହରାଇଛି ଦନ୍ତାହାତୀ।

କେନ୍ଦୁଝର ଜିଲ୍ଲାରୁ ଗତ କିଛି ମାସ ତଳେ ହାତୀଟି ଏହି ଅଞ୍ଚଳକୁ ଆସିଥିଲା। ତେବେ ସେ ଅସୁସ୍ଥ ଥିବାରୁ ତାଙ୍କୁ ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା କରାଯାଉଥିଲା। ତିନି ଦିନ ତଳେ ହାତୀଟି ଜଙ୍ଗଲ ନିକଟ ଏକ ବିଲ ମଝିରେ ପଡ଼ି ଯାଇଥିଲା। ବନ ବିଭାଗ ଓ ପ୍ରାଣୀ ଚିକିତ୍ସକ ପହଞ୍ଚି ଅସୁସ୍ଥ ହାତୀର ଚିକିତ୍ସା କରୁଥିଲେ। ହେଲେ ଚିକିତ୍ସାଧିନ ଅବସ୍ଥାରେ ଦନ୍ତାହାତୀର ମୃତ୍ୟୁ ହୋଇଛି।

You might also like