କର୍ଲାପାଟ ଅଭୟାରଣ୍ୟରେ ଥମୁନି ହାତୀ ମଡ଼କ, ପୁଣି ଏକ ହାତୀର ମୃତଦେହ ଉଦ୍ଧାର

କଳାହାଣ୍ଡି(ରାଜକୁମାର ସିଂଦେଓ): କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଥମିବାର ନାଁ ନେଉନି। ଅଭୟାରଣ୍ୟରେ କେନ୍ଦ୍ରୀୟ ଟିମ୍ ହାତୀ ମୃତ୍ୟୁର ଅନୁଧ୍ୟାନ କରିଥିବା ବେଳେ ଏବେ ସାମ୍ନାକୁ ଆସିଛି ଆଉ ଏକ ହାତୀ ମୃତ୍ୟୁର ଖବର। ଅଭୟାରଣ୍ୟରୁ ପୁଣି ଏକ ହାତୀ ଶାବକର ଗଳିତ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି।

ଅନ୍ୟପକ୍ଷେ, ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କରି କେନ୍ଦ୍ରୀୟ ଟିମ୍ ଫେରିଛନ୍ତି। ସବୁ ହାତୀର ମୃତ୍ୟୁର କାରଣ Hemorrhagic Septicemia ବୋଲି କେନ୍ଦ୍ରୀୟ ଟିମ୍ ସ୍ପଷ୍ଟ କରିଛନ୍ତି।  ଅଭୟାରଣ୍ୟ ଭିତରେ ଏହି ରୋଗ କିପରି ହାତୀକୁ ସଂକ୍ରମିତ ହେଲା ତାକୁ ନେଇ ଅଧିକ ଅନୁଧ୍ୟାନ କରାଯିବ ବୋଲି ବିଶେଷଜ୍ଞ କହିଛନ୍ତି।

କର୍ଲାପାଟ ଅଭୟାରଣ୍ୟରେ ୨୦ ଦିନ ଭିତରେ ୬ଟି ମାଈ ହାତୀଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ଆଉ ଏକ ହାତୀଛୁଆର ମୃତ୍ୟୁ ଘଟିଛି। ଦକ୍ଷିଣ ବନଖଣ୍ଡ କର୍ଲାପାଟ ଅଭୟାରଣ୍ୟରେ ଚଳିତ ମାସ ୧ ତାରିଖରୁ ଫେବ୍ରୁଆରୀ ୧୮ ତାରିଖ ମଧ୍ୟରେ ବ୍ୟାକ୍ଟେରିଆ ସେପ୍ଟିସେମିଆରେ ୬ଟି ହାତୀଙ୍କ ମୃତ୍ୟୁ ହୋଇଥିଲା ବୋଲି ଓୟୁଏଟି କହିଥିଲା। ଜଳ ଦ୍ୱାରା ସଂକ୍ରମଣ ହେଉଥିବା ବିଶେଷଜ୍ଞ ଦଳ କହିଥିଲେ।

You might also like