ଚାକିରି ଯିବା ଭୟରେ ମୃତହାତୀକୁ ପୋତିଦେଲେ ଫରେଷ୍ଟ ଗାର୍ଡ!

ମୟୂରଭଞ୍ଜ: ହାତୀ ମୃତ୍ୟୁ ପରେ କାଳେ ଚାକିରୀ ଚାଲିଯିବ, ସେଥିପାଇଁ ମୃତହାତୀକୁ ପୋତି ଦେଇ ପ୍ରମାଣ ଲୁଚାଇବାକୁ ଚେଷ୍ଟା ହୋଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ମୟୂରଭଞ୍ଜ୍ ଜିଲ୍ଲା କପ୍ତିପଦା ରେଞ୍ଜ୍ ଶାରିଶୁଆ ବିଟ୍ ହାଉସ୍ ଅଧୀନ ରାଇ ପାହାଡ଼ରେ।

ଏହି ଅଞ୍ଚଳରେ ଡ୍ୟୁଟିରେ ଥିବା ମହିଳା ଫରେଷ୍ଟ ଗାର୍ଡ ଅନିତା ସିଂ ଗାଁ ଲୋକଙ୍କ ସହାୟତାରେ ମୃତ ହାତୀଟିକୁ ପୋତି ଦେଇଥିବା ଅଭିଯୋଗ ହୋଇଛି। ତେବେ ଏହି ଖବର ପାଇବା ପରେ ବାରିପଦା ଡିଏଫ୍‌ଓଙ୍କ ନିର୍ଦ୍ଦେଶରେ ଏସିଏଫ୍‌, ରେଞ୍ଜ୍ ଅଧିକାରୀ ଘଟଣା ସ୍ଥଳରେ ତଦନ୍ତ କରୁଛନ୍ତି।

ମାଟି ଭିତରୁ ମୃତ ହାତୀର ଦେହାବଶେଷ ବାହାର କରିବା ପରେ ତାର ବୟସ ଏବଂ ଲିଙ୍ଗ ଚିହ୍ନଟ ହେବ। ଅନ୍ୟପଟେ ମହିଳା ଫରେଷ୍ଟ ଗାର୍ଡଙ୍କୁ ଅଟକ ରଖି ପଚରାଉଚୁରା କରୁଛନ୍ତ ଡିଏଫ୍‌ଓ।

You might also like