ଝରେନ୍ ଗାଁରେ ହାତୀ ଆତଙ୍କ
ସୁନ୍ଦରଗଡ଼: ସୁନ୍ଦରଗଡ଼ଜିଲ୍ଲାର କୁତ୍ରା ଥାନା ଅନ୍ତର୍ଗତ ଝରେନ୍ ଗ୍ରାମରେ ଆତଙ୍କ ଖେଳାଇଛନ୍ତି ହାତୀପଲ। ପ୍ରାୟ ୧୫ରୁ ୧୭ଟି ବଣୁଆ ହାତୀ ଗାଁରେ ଆତଙ୍କ ସୃଷ୍ଟି କରିବା ସହ ଘର ଦ୍ୱାର ଭାଙ୍ଗି ଦେଇଛନ୍ତି। ସୂଚନା ଅନୁସାରେ ଶନିବାର ରାତିରେ ପ୍ରାୟ ୧୭ଟି ହାତୀ ନୂଆଗାଁ ପଞ୍ଚାୟତର ଝରେନ ଗାଁକୁ ପଶିଆସିଥିଲେ। ସେହି ଗାଁର ମାଝିଆ ତିଗାଙ୍କ ଘର ଭାଙ୍ଗିବା ସହ ମହଜୁଦ ଥିବା ଧାନ ଖାଇବା ସହ ଆସବାବ ପତ୍ର ନଷ୍ଚ କରିଦେଇଥିଲେ। ଗାଁର ହାତୀ ମାତୁଥିବାରୁ ରାତିରେ ଘରୁ ପଦାକୁ ବାହାରିବାକୁ ଡରୁଛନ୍ତି ଲୋକେ।