ବୃଦ୍ଧାଙ୍କୁ ଦଳିଦେଲା ହାତୀ

ଅନୁଗୁଳ  : ବୃଦ୍ଧାଙ୍କୁ ଦଳିଦେଲା ହାତୀ। ଅନୁଗୁଳ ଆଠମଲ୍ଲିକ ଥାନା ଅନ୍ତର୍ଗତ ନଅଗାଁ ପଞ୍ଚାୟତ ନୂଆଗଡ଼ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ମୃତ ବୃଦ୍ଧା ଜଣକ ହେଲେ ସୁବାସିନୀ ନାୟକ।

ସକାଳ ସମୟରେ ଶୌଚ ହେବାପାଇଁ ପୋଖରୀକୁ ଯାଉଥିବାବେଳେ ହାତୀ ପଛରୁ ଆସି ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ସୁବାସିନୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

You might also like