ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ

ଆନନ୍ଦପୁର(ମୁନା ସିଂହ): ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ କେନ୍ଦୁଝର ଜିଲା ଆନନ୍ଦପୁର ଶୋଷ ଥାନା କୁସଟିକିରି ଗାଁର ଶୁକ ଖଣ୍ଡେଇ ବୋଲି ଜଣା ପଡ଼ିଛି।

ସୂଚନା ଅନୁସାରେ, ଆଜି ଭୋରରୁ ଶୁକ ଶୌଚ ପାଇଁ ସାଳନ୍ଦୀ ନଦୀକୁ ଯାଇଥିଲେ। ସେଠାରେ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇପଡ଼ିଥିଲେ। ଏହା ଫଳରେ ଘଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି।

You might also like