• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ଫୋନି ପ୍ରଳୟର ଗୋଟିଏ ସପ୍ତାହ ପରେ ବି ସ୍ୱାଭାବିକ ହୋଇନି ରାଜଧାନୀର ବିଜୁଳି ସରବରାହ ବ୍ୟବସ୍ଥା। ପର୍ଯ୍ୟାୟ କ୍ରମେ ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ହେଉଥିଲେ ବି ଅନେକ ସ୍ଥାନରେ ବିଜୁଳି ନ ଆସିବାରୁ ଗରମ ଗୁଳୁଗୁଳିରେ ସନ୍ତୁଳି ହେଉଥିବା ଜନତାଙ୍କ ଧୈଯ୍ୟଚ୍ୟୁତି ଘଟୁଛି । ତେଣୁ ଲୋକଙ୍କ ରୋଷକୁ ଦେଖି ବିଦ୍ୟୁତ ବିଭାଗର କର୍ମଚାରୀଙ୍କୁ ଏବେ ପୋଲିସ ସୁରକ୍ଷା ଦେଲାଣି। ସରକାର ପୂର୍ବରୁ ୧୨ ତାରିଖ ସୁଦ୍ଧା ଭୁବନେଶ୍ୱରରେ ଶତ ପ୍ରତିଶତ ଲୋକଙ୍କୁ ବିଜୁଳି ଦିଆଯିବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ଖୋଦ୍ ଶକ୍ତି ସଚିବ ଏହାକୁ ୯୦ ପ୍ରତିଶତକୁ କମାଇ ଦେଇଛନ୍ତି।

ସାତ ଦିନ ତଳେ ଠିକ୍ ଆଜିର ଦିନରେ ପ୍ରଳୟ ରଚିଥିଲା ଫୋନି। ଭୁଶୁ଼ଡିପଡିଥିଲା ରାଜଧାନୀର ବିଜୁଳି ଭିତ୍ତିଭୂମି । ଆଉ ଏବେ ସାତ ଦିନ ପରେ ବି ଅନ୍ଧାରରେ ରାଜଧାନୀର ଅନେକ ଇଲାକା। ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏବେ ବି ପଡିରହିଛି ଖୁଣ୍ଟି, ଝୁଲିଛି ବିଦ୍ୟୁତ ତାର ।

ବିଭିନ୍ନ ଅଞ୍ଚଳରେ ରାଜ୍ୟରୁ କୁଶଳୀ କର୍ମଚାରୀ ପହଞ୍ଚିବା ପରେ କାମ ତ୍ୱରାନ୍ୱୀତ ହୋଇଛି । ଧୁ ଧୁ ଖରାରେ ଖୁଣ୍ଟିରେ ଚଢ଼ି କାମ କରୁଛନ୍ତି ଶ୍ରମିକ। ଫଳରେ ଚନ୍ଦ୍ରଶେଖରପୁର, ନୀଳାଦ୍ରିବିହାର, ଗାଡ଼କଣ, ରସୁଲଗଡ଼, ମଞ୍ଚେଶ୍ୱର ପରି ଅଞ୍ଚଳରୁ ଅନ୍ଧାର ହଟିଲାଣି। ତେବେ ଯେଉଁ ଅଞ୍ଚଳକୁ ବିଜୁଳି ଆସିନି ସେଠି ରାସ୍ତାକୁ ଓହ୍ଲାଇଲେଣି ଲୋକେ। ବିଜୁଳି ଓ ପାଣି ମିଳୁ ନ ଥିବାରୁ ଗ୍ୟାରେଜ ଛକ ନିକଟରେ ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ଲୋକ।

ଆଜି ଏଭଳି ସମସ୍ୟା ଦେଖିବାକୁ ମିଳିଥିଲା ଡେଲଟା ଇଲେକ୍ରିକାଲ ସର୍କଲରେ। ସେସୁ କାର୍ଯ୍ୟାଳୟରେ ଲୋକଙ୍କ ରୋଷରୁ ରକ୍ଷା ପାଇବା ପାଇଁ କର୍ମଚାରୀ ଭିତରେ ରହି ଭୟରେ ତାଲା ପକାଇ ରହିଥିଲେ। ଗତ ରାତିରେ ଏଠି ଲୋକେ ଗଣ୍ଡଗୋଳ  କରିବାରୁ ଏବେ କର୍ମଚାରୀଙ୍କୁ ପୋଲିସ ଜଗି ବସିଛି ।

ସେସୁର କଣ୍ଟ୍ରୋଲ୍ ରୁମ୍‌ରେ ବି ସ୍ଥିତି ଅସମ୍ଭାଳ । ଅଭିଯୋଗ ନେଇ ଆସୁଥିବା ଉପଭୋକ୍ତା ଏଠି ଅଫିସରଙ୍କ ଉପରେ ମନଇଛା ବର୍ଷୁଛନ୍ତି ।  ଏଠି ବି ଲୋକଙ୍କ ରୋଷକୁ ଦେଖି ସୁରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଛି । ତେବେ ପ୍ରତିଦିନ ନୂଆ ନୂଆ କଥା କହୁଥିବା ବିଦ୍ୟୁତ ବିଭାଗର ଅଫିସରଙ୍କ ଉପରେ ଆଉ ଲୋକଙ୍କ ଭରସା ପାଉନି । ଏପରିକି ବିଜେଡି ସାଂସଦ ତଥାଗତ ମଧ୍ୟ ସରକାରଙ୍କୁ ଭରସା କରିପାରୁନାହାଁନ୍ତି  କହି କ୍ଷୋଭ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ,  ଭୁବନେଶ୍ୱରର ମୋଟ ସାଢେ ୪ ଲକ୍ଷ ଉପଭୋକ୍ତା ମଧ୍ୟରୁ ଏବେ ୨ ଲକ୍ଷ ୩୯ ହଜାର ଉପଭୋକ୍ତାଙ୍କୁ ବିଜୁଳି ଦିଆଗଲା ବୋଲି ସରକାର ଦାବି କରୁଛନ୍ତି। ୧୨ ତାରିଖ ସୁଦ୍ଧା ସବୁ ଘରେ ବିଜୁଳି ଜଳିବ ବୋଲି ପୂର୍ବରୁ ସୂଚନା ଓ ଲୋକସଂପର୍କ ସଚିବ କହିଥିଲେ। ହେଲେ ଆଜି ପୁଣି ଶକ୍ତି ସଚିବ କହିଛିନ୍ତି ୧୨ ତାରିଖ ସୁଦ୍ଧା ୯୦ ପ୍ରତିଶତ ଲୋକେ ବିଜୁଳି ପାଇବେ ।

ବିଦ୍ୟୁତ୍ ଭିତ୍ତିଭୂମିର ପୁନରୁଦ୍ଧାର ପାଇଁ ବିଦ୍ୟୁତ ବିଭାଗର ନୋଟିସ୍ ଅନୁଯାୟୀ ଆଜି ସମସ୍ତ ଲାଇସେନସ ପ୍ରାପ୍ତ ଏଚ. ଟି କଣ୍ଟ୍ରାକ୍ଟର କୁଶଳୀ ଓ ଅର୍ଧକୁଶଳୀ ଶ୍ରମିକଙ୍କୁ ଧରି ସେସୁ କଣ୍ଟ୍ରୋଲ ରୁମ୍‌ରେ ପହଞ୍ଚିଥିଲେ। ନୋଟିସ୍ ଅବମାନନା କରିଥିବା କଣ୍ଟ୍ରାକଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗ ଧମକ ଦେଇଛି।

Electricity-problem-now-cross-the-limit-in-capital-city
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories