• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ବାତ୍ୟା ଫୋନି ମାଡ଼ଠୁ ଢେର ଗୁଣରେ ବଢ଼ି ଗଲାଣି ରାଜଧାନୀରେ ବିଜୁଳି ଯନ୍ତ୍ରଣା ୧୨ତାରିଖ ସୁଦ୍ଧା ସବୁ ଅଞ୍ଚଳକୁ ବିଜୁଳି ସଂଯୋଗ ନେଇ ସରକାର ଦେଇଥିବା କଣ୍ଟ ପୂରି ସାରିଥିବାବେଳେ ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଞ୍ଚଳ ଓ ଉପକଣ୍ଠ ଗାଁ ସାଙ୍ଗରେ ସମସ୍ୟା ଆଦୌ ସୁଧୁରୁ ନ ଥିବାରୁ ଲୋକଙ୍କ ଧୈର୍ଯ୍ୟଚ୍ୟୁତି ଘଟୁଛି। ତେଣେ ଆଜି କେନ୍ଦ୍ର ଶକ୍ତି ସଚିବ ବିଜୁଳି ସ୍ଥିତିର ସମୀକ୍ଷା କରି, ବର୍ତ୍ତମାନ ସମୟରେ ଡେଡ୍ଲାଇନ୍ ସେଟ୍ କରିବା ଅସମ୍ଭବ ବୋଲି କହିଛନ୍ତି।

ବାତ୍ୟା ଫୋନିର ୧୧ଦିନ ପରେ ବି କରେଣ୍ଟ ଆସି ନ ଥିବାରୁ ଅହସ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ହୀନସ୍ତା ହେଉଛନ୍ତି ରାଜଧାନୀର ଅଧିକାଂଶ ବସ୍ତି ଓ ଉପକଣ୍ଠ ଗାଁର ଲୋକେ। ତାହା ଆଖିରେ ନ ଦେଖିଲେ ବିଶ୍ୱାସ ହେବନି। ପଟିଆ ଅଞ୍ଚଳରେ ଥିବା ଜଳିମୁଣ୍ଡା ସାହିର ବଡ଼ ଲୋକଙ୍କ କଥା ଦୂରେ ଥାଉ ତାତିରେ ଅଧିକ ଆଉଟୁ ପାଉଟୁ ହେଉଛନ୍ତି କଅଁଳା ଶିଶୁ। ଦିନବେଳା ଯାହା ଯେମିତି ଚଳିଯାଉଛି, ହେଲେ ରାତି ହେଲେ ଦୁର୍ଦ୍ଦଶା ଶହେ ଗୁଣା।

ତୁରନ୍ତ ବିଦ୍ୟୁତ୍ ସଂଯୋଗ ଦାବିରେ ଲୋକେ ରାସ୍ତାକୁ ଓହ୍ଲାଇବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଲାଇନ୍ ସଂଯୋଗ ପାଇଁ ଉଦ୍ୟମ ତ ଚାଲିଛି, ହେଲେ କେବେ ଆସିବ ନିର୍ଦ୍ଦିଷ୍ଟ ଭାବେ କାହା ପାଖରେ କିଛି ଉତ୍ତର ନାହିଁ। ଉଣା ଅଧିକେ ସମାନ ଅବସ୍ଥା ଜଳିମୁଣ୍ଡା ଦୁଇ ନମ୍ବର ସାହିର । ବାରମ୍ବାର ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କୁ ଗୁହାରି କଲେ ବି କେହି ଶୁଣୁ ନ ଥିବା ଅଭିଯୋଗ ହେଉଛି।

ସେପଟେ ଅବସ୍ଥା ଆହୁରି ସାଂଘାତିକ ପଟିଆ ରେଳଷ୍ଟେସନ ପାଖ କଳାରାହାଙ୍ଗ, ଇଞ୍ଜଣା ଭଳି ଅନ୍ୟ ଛୋଟ ଛୋଟ ଗାଁର। ବହୁ ହାରି ଗୁହାରି ଓ ପାଟିତୁଣ୍ଡ ପରେ ବି ଲାଇନ୍ ସଂଯୋଗ ନ ହେବାରୁ ଶେଷରେ ଇଞ୍ଜଣା ଗାଁ ଲୋକେ ପଟିଆ-ମଞ୍ଚେଶ୍ୱର-କିଟ୍ ରାସ୍ତା ଅବରୋଧ କରିଥିଲେ। ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ପୋଲିସ ବି ମୁତୟନ ହୋଇଥିଲେ। ତେବେ ସବୁଠୁ ବଡ଼ କଥା ହେଲା ଗାଁ ଲୋକେ ନିଜସ୍ୱ ଖର୍ଚ୍ଚରେ ଖୁଣ୍ଟ ଆଣି ମୂଲିଆ ଲଗାଇ ପୋତାପୋତି କାମ ସାରିଥିଲେ ବି ଏଥିରେ ତାର ଟାଣିବାକୁ ବିଦ୍ୟୁତ୍ ବିଭାଗ ଅଧିକାରୀ ଆଦୌ ମନ ଦେଉ ନ ଥିବା ଅଭିଯୋଗ ଆସିଛି।

ରାଜଧାନୀରେ ତ ସ୍ଥିତି ସୁଧୁରୁଛି ହେଲେ ସର୍ବାଧିକ ବାତ୍ୟା ପ୍ରଭାବିତ ପୁରୀ ଜିଲ୍ଲାରେ ଅବସ୍ଥା ଯଥା ପୂର୍ବଂ ତଥା ପରଂ । ସେପଟେ ବିଜୁଳିକୁ ଅପେକ୍ଷା କରି ଧୈର୍ଯ୍ୟ ବନ୍ଧ ଭାଙ୍ଗିବା ପରେ ଜଗତସିଂହପୁରର ତରିକୁନ୍ଦ ବଜାରରେ ରାସ୍ତାକୁ ଓହ୍ଲାଇଥିଲେ ଲୋକେ କନ୍ଦରପୁର-ଜଗତସିଂହପୁର ରାସ୍ତାକୁ ପ୍ରାୟ ଘଣ୍ଟାଏ କାଳ ଅବରୋଧ କରିଥିବାରୁ ଯାଆସ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଏପଟେ ବାତ୍ୟା ପରେ ସୃଷ୍ଟି ହୋଇଥିବା ଗୁରୁତର ବିଦ୍ୟୁତ୍ ସମସ୍ୟା ଉପରେ ଆଜି ସଚିବାଳୟରେ ସମୀକ୍ଷା କରିଛନ୍ତି କେନ୍ଦ୍ର ଶକ୍ତି ସଚିବ ଅଜୟ ଭାଲ୍ଲା। ସେ କହିଛନ୍ତି, ବିପର୍ଯ୍ୟୟର ପ୍ରଥମ ଦିନରୁ ହିଁ ବିଦ୍ୟୁତ୍ ଅବସ୍ଥାରେ ଉନ୍ନତି ଆସିଛି। କିନ୍ତୁ ବର୍ତ୍ତମାନ ସମୟରେ ଡେଡ୍‌ଲାଇନ୍ ସେଟ୍ କରିବା ଅସମ୍ଭବ।

Electricity-problem-in-bhubaneswar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories