ଅଘୋଷିତ ବିଦ୍ୟୁତ୍‌କାଟ ଓ ଲୋ ଭୋଲଟେଜ୍ ଯୋଗୁଁ ଲୋକେ ଅତିଷ୍ଠ

ବାରମ୍ବାର ଅଭିଯୋଗ ପରେ ବି କାର୍ଯ୍ୟକ୍ଷମ ହେଉନି ଷ୍ଟ୍ରକ୍‌ଚର

ଭଦ୍ରକ  : ଅଘୋଷିତ ବିଦ୍ୟୁତ୍‌ କାଟ ଓ କମ୍‌ ଭୋଲଟେଜ୍ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ର ୭ଟି ପଞ୍ଚାୟତବାସୀ। ବାରମ୍ବାର ଅଭିଯୋଗ ପରେ ବି କାର୍ଯ୍ୟକ୍ଷମ ହେଉନି ଷ୍ଟ୍ରକ୍‌ଚର। ଯାହାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି।

ବାରମ୍ବାର ବିଦ୍ୟୁତ୍‌ କାଟ ଓ କମ୍‌ ଭୋଲଟେଜ୍ ଯୋଗୁଁ ଶିକ୍ଷା, ସ୍ୱାସ୍ଥ୍ୟ ଓ ବ୍ୟବସାୟ ବି ପ୍ରଭାବିତ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଏମିତି କି ଛାତ୍ରଛାତ୍ରୀମାନେ କମ୍‌ ଭୋଲଟେଜ୍ ଯୋଗୁଁ ପାଠପଢ଼ାରେ ଅସୁବିଧା ଭୋଗୁଥିଲା ବେଳେ ବୟସ୍କମାନେ ବି ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଷ୍ଟ୍ରକ୍‌ଚର ଯଥାଶୀଘ୍ର କାର୍ଯ୍ୟକ୍ଷମ ନହେଲେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ସେପଟେ ସପ୍ତାହକ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରି ବିଦ୍ୟୁତ୍‌ ସେବା ସ୍ୱାଭାବିକ କରାଯିବ ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ। ତେଣୁ ୨୦୧୩ ମସିହାରେ ଉଚ୍ଚ ଶକ୍ତି ସମ୍ପନ୍ନ ଷ୍ଟ୍ରକ୍‌ଚର ପାଇଁ ଶୁଭ ଦିଆଯାଇଥିଲେ ମଧ୍ୟ କାମ ବିଳମ୍ବରେ ଅର୍ଥାତ୍ ୨୦୧୬ରେ ଆରମ୍ଭ ହୋଇଥିଲା। ହେଲେ ଏଯାଏ ଏହା କାର୍ଯ୍ୟକ୍ଷମ ହୋଇନି।

 

 

You might also like