‘କର୍ମଚାରୀଙ୍କୁ ସୁରକ୍ଷା ଦିଅ, ଖାଲି ପଦବୀ ପୂରଣ କର’

ଧାରଣାକୁ ଓହ୍ଲାଇଲା ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ସଂଘ

ଭୁବନେଶ୍ୱର : ରାଜଧାନୀରେ ବିଦ୍ୟୁତ୍‌  ବିତରଣ କରୁଥିବା ଭୁବନେଶ୍ୱର ସିଟି ଡିଷ୍ଟ୍ରିବ୍ୟୁସନ ଡିଭିଜନ- ୨ରେ  ଅଚଳାବସ୍ଥା  ଦେଖାଦେଇଛି । ଖାଲି ଥିବା କର୍ମଚାରୀ ପଦବୀ ପୂରଣ, କର୍ମଚାରୀମାନଙ୍କୁ ସୁରକ୍ଷା ଦାବିରେ ରାଜ୍ୟ ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ସଂଘ ଓଡିଶା କର୍ମଚାରୀ ଗତକାଲିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।  

ସଂଘ ଅଭିଯୋଗ କରିଛି , ବିସିସିଡି- ୨ ଅଧୀନରେ ପ୍ରାୟ ୮୨ ବର୍ଗ କିଲୋମିଟର ଅଞ୍ଚଳରେ ୧ଲକ୍ଷ ୪୬ ହଜାରରୁ ଅଧିକ ଗ୍ରାହକଙ୍କ ପାଇଁ ଅତି କମ୍‌ରେ ୧୫୦୦ କର୍ମଚାରୀ ଆବଶ୍ୟକ ଅଛି। ମାତ୍ର ଏଥିରେ ମାତ୍ର  ୨୩୬ ଜଣ ନିୟୋଜିତ ଅଛନ୍ତି ।

ତେଣୁ ସେମାନଙ୍କୁ ୧୪ ରୁ ୧୫ ଘଣ୍ଟା କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଛି ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଏନେଇ ପୂର୍ବରୁ ସେସୁ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଦାବୀ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସମସ୍ୟା ସମାଧାନ ନ ହେବାରୁ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

 

You might also like