‘ଫୋନି’ ତାଣ୍ଡବ: ବିଦ୍ୟୁତ୍‌ ସେବା ପ୍ରଭାବିତ, କଟକର ୨ଟି ଗ୍ରୀଡକୁ ବିଦ୍ୟୁତ୍‌ ଯୋଗାଣ

ଭୁବନେଶ୍ୱର: ବାତ୍ୟା ‘ଫୋନି’ ଯୋଗୁ ରାଜ୍ୟର ଅଧିକାଂଶ ସ୍ଥାନରେ ବିଦ୍ୟୁତ୍‌ ସେବା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ରାଜଧାନୀ ଭୁବନେଶ୍ୱର ସହ ପୁରୀ ଓ କଟକ ସହରରେ ବିଦ୍ୟୁତ୍‌ ସେବା ବିଶେଷ ଭାବେ ପୂରା ଠପ୍ ହୋଇଯାଇଛି।

ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ିଯିବା ସହ ଓ ତାର ଗୁଡ଼ିକ ଛିଣ୍ଡି ଯିବାରୁ ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଫଳରେ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅନ୍ୟପକ୍ଷେ, ବିଦ୍ୟୁତ୍‌ ଯୋଗାଉଥିବା ମଞ୍ଚେଶ୍ୱର ସ୍ଥିତ ଷ୍ଟେଟ୍ ଲୋଡ୍ ଡେସ୍‌ପାଚ୍ ସେଣ୍ଟରର ସୂଚନା ଅନୁସାରେ, କଟକର ୨ଟି ଗ୍ରୀଡକୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଇଛି।

ଆସନ୍ତାକାଲି ସୁଦ୍ଧା ଭୁବନେଶ୍ୱରର ୪ଟି ଗ୍ରୀଡକୁ ବିଜୁଳି ଯୋଗାଇ ଦିଆଯିବ। ଏହାପରେ ପୁରୀର ୩ଟି ଗ୍ରୀଡକୁ ବିଦ୍ୟୁତ୍‌ ଯୋଗାଇବା ଲାଗି ଯୋଜନା ଚାଲିଛି ବୋଲି ସୂଚନା ମିଳିଛି।

You might also like