ଡିପ୍ଲୋମା ଛାତ୍ରଙ୍କ ସ୍ୱତନ୍ତ୍ର ପ୍ରୟାସ ; ତିଆରି କଲେ ଅଟୋମେଟେଡ୍ ସୋଲାର ସ୍ପ୍ରେ ମେଶିନ

ଭଦ୍ରକ(ପାର୍ଥସାରଥୀ ନାୟକ) : ପୁଅ ଚାଷୀ ନ ହୋଇ ଇଞ୍ଜିନିୟର ହବ। ତାର ଉଚ୍ଚଶିକ୍ଷା ପାଇଁ ଯେତେ କଷ୍ଟ ପଡୁ ନା କାହିଁକି, ମୁଣ୍ଡ ଝାଳ ତୁଣ୍ଡରେ ମାରି ତାର ସ୍ୱପ୍ନ ସାକାର କରିବ। ନିଜ ପୁଅ ପାଇଁ ଏମିତି ଭାବୁଥିବା ବାପାଟି ଆଜି ଖୁସିରେ ବିଭୋର । ତାଙ୍କର ସେହି ପୁଅ ଆଜି ନିଜ ବୁଦ୍ଧିରେ କିଛି ନୂଆ କରି ଦେଖେଇଛି। ଆସନ୍ତୁ ଜାଣିବା ଏମିତି ଏକ ପୁଅ ବିଷୟରେ ଯିଏ ବାପାଙ୍କ ପରିଶ୍ରମକୁ ଅଙ୍ଗେ ନିଭାଇ ତିଆରି କରିଛି ଏମିତି ଏକ ଯନ୍ତ୍ର। ଯାହା ବାପାଙ୍କ କାମ ହାଲୁକା କରିଛି।

ବାପାଙ୍କୁ ଚାଷ କାମରେ ସାହାଯ୍ୟ କରିବା ପାଇଁ ବିଲକୁ ବାହାରିଲେ ଇଞ୍ଜିନିୟର ପୁଅ। ଚାଷ କ୍ଷେତରେ ବାପା କାମ କରୁଥିବା ବେଳେ ପୁଅକୁ କହିଲେ ଫସଲରେ କୀଟନାଶକ ସ୍ପ୍ରେ କରିଦବାକୁ। ପୁଅ ଯେତେବେଳେ କୀଟନାଶକ ସ୍ପ୍ରେ କରୁଥିଲେ ,ସେତେବେଳେ ଅନୁଭବ କଲେ ଏହା ବେଶ କଷ୍ଟଦାୟକ। ତାହାହେଲେ ପ୍ରତିଦିନ ବାପାଙ୍କୁ କେତେ କଷ୍ଟ ଅନୁଭବ ହେଉନଥିବ।

ତାପରେ ଇଞ୍ଜିନିୟର ପୁଅ ନିଜର ଇଞ୍ଜିନିୟରିଂ ବୁଦ୍ଧି ଲଗେଇ ତିଆରି କଲେ ଅଟୋମେଟେଡ୍ ସୋଲାର ସ୍ପ୍ରେ ମେଶିନ। ଭଣ୍ଡାରୀପୋଖରୀ ବ୍ଲକ ସାନଶାସନ ପଞ୍ଚାୟତ ବାହାଦୁଲନଗରର ବିଶ୍ୱନାଥ ସ୍ୱାଇଁ ଓ ପ୍ରମିଳା ସ୍ୱାଇଁଙ୍କ ପୁଅ ତତସତ୍ ସ୍ୱାଇଁ।  ଇଲେକ୍ଟ୍ରିକାଲରେ ଡିପ୍ଲୋମା ପଢୁଛନ୍ତି। ହେଲେ ବାପାଙ୍କ କାମ ଲାଘବ କରିବାକୁ ପୁରୁଣା ସ୍ପ୍ରେୟରରେ ସୋଲାର ପ୍ଲେଟ ,ମୋଟର,ବ୍ୟାଟେରୀ ଲଗାଇ ତିଆରି କରିଛନ୍ତି ଏକ ସ୍ପ୍ରେ ମେସିନ। ଯାହାକୁ ଚଲାଇବା ପାଇଁ ହାତ ପେଡାଲ ଦରକାର ନାହିଁ। କେବଳ ସୁଇଚ୍ ଟିପିଲେ ଚାଲେ ମେସିନ୍ ଏବଂ ଅତିକମ୍‌ରେ ଏହା ଗୋଟିଏ ଦିନରେ ୨ଗୁଣା କାମ କରିପାରିବ। ଏହା ବ୍ୟତୀତ ସୋଲାର ପ୍ଲେଟ ବ୍ୟାଟେରୀରେ ସଞ୍ଚିତ ବିଦ୍ୟୁତ୍ ଶକ୍ତିକୁ ଆଲୋକ ଜଳାଇ ମଧ୍ୟ ବ୍ୟବହାର କରାଯାଇପାରିବ।

ତେବେ ଏହି ଅଟୋମେଟେଡ୍ ସୋଲାର ସ୍ପ୍ରେ ମେଶିନ ପାଇଁ ଖର୍ଚ୍ଚ ହୋଇଛି ମାତ୍ର ୩ ହଜାର ୫ଶହ ଟଙ୍କା। ଆଉ ଯଦି ସରକାରୀ ସହାୟତା ମିଳେ ତାହେଲେ ଅଧିକରୁ ଅଧିକ ଲୋକଙ୍କ ପାଇଁ ଏଭଳି ଅତ୍ୟାଧୁନିକ ସ୍ପ୍ରେ ମେଶିନ ତିଆରି କରାଯାଇପାରିବ ବୋଲି ମଧ୍ୟ ଦାବି ଉଠୁଛି।

ଆହୁରି ପଢ଼ନ୍ତୁ

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

You might also like