ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ବାଲିଗୁଡ଼ା: ପୋଲ ତ କଲେନି କିନ୍ତୁ ଯେଉଁ ତାରର ସହାୟତାରେ ଲୋକେ ନଦୀ ପାର୍‌ ହେଉଥିଲେ, ତାକୁ ମଧ୍ୟ ଖୋଲି ଦେଲା ପ୍ରଶାସନ। ଏହାକୁ ନେଇ କନ୍ଧମାଳ ଜିଲ୍ଲା କେ. ନୂଆ ଗାଁ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ନୂଆ ଗାଁ ଦେଇ ଯାଇଛି ଗୋଟିଏ ନଦୀ। ନଦୀରେ ପୋଲ ନାହିଁ ତା’ ବଦଳରେ ଲାଗିଛି ତାର। ଏହି ତାର ସହାୟତାରେ ୫ ଖଣ୍ଡ ଗାଁର ଲୋକେ ଅତି ବିପଜ୍ଜନକ ଭାବେ ନଦୀ ପାର୍‌ ହେଉଥିଲେ। ଗତକାଲି ଓଟିଭିରେ ଏହି ଖବର ପ୍ରସାରଣ ପରେ ବାଲିଗୁଡ଼ା ଉପଜିଲ୍ଲାପାଳ ଓ ପୋଲିସ୍‌ ସେଠାରେ ପହଞ୍ଚି ନଦୀ ଉପରୁ ତାରକୁ ହଟାଇ ଦେଇଛନ୍ତି। ତା ବଦଳରେ ଦୂରରେ ଥିବା ବ୍ରିଜ୍‌ ବ୍ୟବହାର କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

କିନ୍ତୁ ସେମାନଙ୍କ ଅଞ୍ଚଳରେ ପୋଲ ନ କରି ତାର ହଟାଇ ଦେଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ଟିକା ମାଗଣାରେ ଦିଆଯିବ କି? ରଣେନ୍ଦ୍ରଙ୍କ ପ୍ରଶ୍ନର ଜବାବ ରଖିଲା ବିଜେପି

ବିଶ୍ୱାସରେ ବିଷ ଦେଇଦେଲେ ସାଙ୍ଗ !

ଥାନା ଅଧିକାରିଣୀଙ୍କ ଶୁଭେଚ୍ଛା ବିଜ୍ଞାପନରେ ବିଧାୟକଙ୍କ ଫଟୋ ଓ ଦଳୀୟ ଚିହ୍ନ

‘ଓଡ଼ିଶା ଲୋକଙ୍କୁ ମାଗଣା ଟିକା ପାଇଁ କଥାଦେବାକୁ ପଛଘୁଞ୍ଚା କାହିଁକି?’

କୋରାପୁଟରେ ମାଓ ବିରୋଧୀ ପୋଷ୍ଟର

ରାସ୍ତାରୁ ଉଠୁ ନାହାନ୍ତି ମହିଳା

ବରମୁଣ୍ଡା ବ୍ରିଜ୍‌ ତଳୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

୨୯ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧,୬୩୩ କରୋନା ପଜିଟିଭ୍‌‌ ଚିହ୍ନଟ

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର

You might also like