କେଉଁ ନୂଆ ମୁହଁକୁ ଏଥର ଭରସା କରିବେ ସମ୍ବଲପୁର ଭୋଟର ?

ସମ୍ବଲପୁର : ସମ୍ବଲପୁର ଲୋକସଭା ଆସନ ପାଇଁ ଏଥର ହେଉଛି ବିଗ୍ ଫାଇଟ୍। ତିନି ନୂଆ ମୁହଁ ଭିତରେ ହେଉଛି ଟକ୍କର। ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଏଥର ପୁରୁଣା ଉପରେ ଭରସା ନକରି ଜନତାଙ୍କ ଆଗକୁ ନୂଆ ଚେହେରାଙ୍କୁ ଆଣିଛନ୍ତି।  ବିଜେଡିର ନଳିନୀକାନ୍ତ ପ୍ରଧାନ, କଂଗ୍ରେସର ଶରତ ପଟ୍ଟନାୟକ ଓ ବିଜେପିର ନିତେଶ ଗଙ୍ଗଦେବଙ୍କ ମଧ୍ୟରେ ହେବ ଲଢ଼େଇ।

ଗଡ଼ ବଜାୟ ରଖିବାକୁ ବିଜେଡି ଏଠି ଏଥର ସିଟିଂ ଏମ୍‌ପି ନଗେନ୍ଦ୍ର ପ୍ରଧାନଙ୍କୁ ବଦଳାଇ ତାଙ୍କ ସ୍ଥାନରେ ରାଜନୀତିରେ ପୁରା ନୂଆ ତଥା ପୂର୍ବତନ ପୂର୍ତ୍ତ ସିବ ନଳିନୀକାନ୍ତ ପ୍ରଧାନଙ୍କୁ ମଇଦାନକୁ ଓହ୍ଲାଇଛି। ନଳିନୀ ସମ୍ବଲପୁର ବାସିନ୍ଦା ନୁହଁନ୍ତି, କିନ୍ତୁ ଚାକିରୀରେ ଥିବା ବେଳେ ସମ୍ବଲପୁର ଓ ଆଖାପାଖ ଜିଲ୍ଲାରେ କାମ କରିଥିବାରୁ ସେ ସହଜରେ ନିର୍ବାଚନୀ ବୈତରଣୀ ହେବେ ବୋଲି ଆଶା ରଖିଛି ଦଳ। ଏପଟେ କଂଗ୍ରେସ ଏଥର ଭେଟେରାନ୍ ଶରତ ପଟ୍ଟନାୟକଙ୍କୁ ଏଠି ଯୋଦ୍ଧା ସଜାଇଛି।

ସେ ବି ସମ୍ବଲପୁର ଜିଲ୍ଲାର ନୁହଁନ୍ତି। ପ୍ରାର୍ଥୀପତ୍ର ଦାଖଲର ପୂର୍ବ ରାତିରେ ଶରତଙ୍କୁ ଟିକେଟ୍ ଦେଇ କଂଗ୍ରେସ ଏଠି ଆଭ୍ୟନ୍ତରୀଣ ଅସନ୍ତୋଷକୁ ସାମ୍ନା କରିଥିଲା। ହେଲେ ଏବେ କିନ୍ତୁ ଅସନ୍ତୋଷରେ ତାଳି ପକାଇ ପ୍ରଚାରରେ ଲାଗି ପଡ଼ିଥିବା ଶରତ ନିଜ ବିଜୟ ସମ୍ଭାବନାକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି। ଏପଟେ ବିଜେଡି ହାତରୁ ଗଡ଼ ଛଡ଼ାଇବାକୁ ବିଜେପି ବି ଗତଥରର ପ୍ରାର୍ଥୀ ସୁରେଶ ପୂଜାରୀଙ୍କୁ ବରଗଡ଼ ପଠାଇ ଦେବଗଡ଼ ରାଜା ତଥା ବିଧାୟକ ନିତେଶ ଗଙ୍ଗଦେବଙ୍କୁ ପ୍ରାର୍ଥୀ କରିଛି।

ଲୋକସଭା ଆସନ ପାଇଁ ଏହା ନିତେଶଙ୍କ ପ୍ରଥମ ପରୀକ୍ଷା। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁରରେ ନିର୍ବାଚନୀ ସଭା କରିସାରିଥିବାରୁ ମୋଦି ହାଓ୍ୱା ସହ ସ୍ଥାନୀୟ ସମସ୍ୟା ଓ ବିକାଶକୁ ମୁଦ୍ଦା କରି ନିର୍ବାଚନୀ ବୈତରଣୀ ପାରି ହେବାକୁ ଆଶା ରଖିଛନ୍ତି ନିତେଶ। ତେବେ ଭୋଟ୍‌ରେ ବିଜୟର ଦାବି ତ ସମସ୍ତେ କରୁଛନ୍ତି। ହେଲେ କେଉଁ ନୂଆ ମୁହଁଙ୍କ  ପକ୍ଷରେ ନିଷ୍ପତ୍ତି ଶୁଣାଉଛନ୍ତି ଜନତା, ତାହା ମେ ୨୩ରେ ହିଁ ସ୍ପଷ୍ଟ ହେବ।

ଆହୁରି ପଢ଼ନ୍ତୁ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

You might also like