କଟକରେ କଂଗ୍ରେସ ପକ୍ଷରୁ ମହିଳା ସମାବେଶ

କଟକ : ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି କଟକ ନଗର କଂଗ୍ରେସ ପକ୍ଷରୁ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସମାବେଶରେ ବହୁ ମହିଳା କର୍ମୀ ସାମିଲ ହୋଇଥିଲେ।

ଆସନ୍ତା ୨୦୧୯ ନିର୍ବାଚନରେ ଦଳ ସପକ୍ଷରେ ଭୋଟ ହାତେଇବା ଲାଗି ମହିଳାମାନଙ୍କୁ କଂଗ୍ରେସରେ ସାମିଲ କରିବାକୁ ପ୍ରୟାସ ଆରମ୍ଭ କରିଛି। ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟକ୍ରମ କରାଯାଇ ସେମାନଙ୍କ ଉତ୍ଥାପନ କରାଯିବା ସହ ଅଧିକ ସଂଖ୍ୟାରେ ମହିଳାଙ୍କୁ ପାର୍ଟି କାର୍ଯ୍ୟରେ ନିୟୋଜିତ କରାଯିବାକୁ ଦଳ ଲକ୍ଷ୍ୟ ରଖିଛି।

 

 

You might also like