୨୦୧୯ ସାଧାରଣ ନିର୍ବାଚନ ପାଇଁ ECIଙ୍କ ପ୍ରସ୍ତୁତି

ସରକାରୀ ଅଧିକାରୀଙ୍କ ତାଲିମ୍‌ର ହେଲା ମୂଲ୍ୟାୟନ

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଅାୟୋଗଙ୍କ ପକ୍ଷରୁ ଅାରମ୍ଭ ହୋଇଛି ପ୍ରସ୍ତୁତି। ନିର୍ବାଚନ ପ୍ରକ୍ରିୟା ପରିଚାଳନା ନେଇ ସରକାରୀ ଅଧିକାରୀଙ୍କୁ ଦିଅାଯାଇଥିବା ତାଲିମର ଅାଜି ମୂଲ୍ୟାୟନ ହୋଇଛି।

ଅାଜି ଭୁବନେଶ୍ୱରରେ ରାଜ୍ୟର ୧୬୬ ଜଣ ଅଧିକାରୀଙ୍କୁ ଦିଅାଯାଇଥିବା ତାଲିମ୍ ଓ ତରିକା ସମ୍ପର୍କରେ ମୂଲ୍ୟାୟନ କରାଯାଇଛି। ମୁଖ୍ୟ ନିର୍ବାଚନ ଅାୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ନିର୍ବାଚନ ପରିଚାଳନା କାମରେ ନିୟୋଜିତ ହେବାକୁ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର ଓ ଅାସିଷ୍ଟାଣ୍ଟ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସରମାନଙ୍କୁ ନିର୍ବାଚନ ପରିଚାଳନା ନିୟମ ଓ କାର୍ଯ୍ୟାବଳି ସମ୍ପର୍କରେ ତାଲିମ୍‌ ଦିଅାଯାଇଥିଲା।

ଏ ନେଇ ପୂର୍ବରୁ ଗତ ଏପ୍ରିଲ ମାସରେ କିଛି ଅଫିସରଙ୍କୁ ତାଲିମ ଦିଅାଯାଇଥିଲା। ଏହି ତାଲିମ୍‌ ବେଳେ ଅନୁପସ୍ଥିତ ଥିବା ଏବଂ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା ଅଧିକାରୀମାନେ ଅାଜି ପରୀକ୍ଷା ଦେଇଛନ୍ତି।

You might also like