• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର : କେତେ ସୁରକ୍ଷିତ ଇଭିଏମ୍ ଓ ଭିଭିପାଟ୍ ? ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍‌କୁ ନେଇ ରହିଥିବା ଦ୍ୱନ୍ଦ୍ୱ ଦୂର ଲାଗି ନିର୍ବାଚନ କମିଶନଙ୍କ ପ୍ରୟାସ। ତନ୍ନ ତନ୍ନ କରି ଯାଞ୍ଚ ହେଉଛି ଇଭିଏମ୍ ଓ ଭିଭିପ୍ୟାଟ୍ । ରାଜନୈତିକ ଦଳଙ୍କ ପ୍ରତିନିଧି, ବିଶେଷଜ୍ଞ ଓ ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ବାଲଟ୍ ଓ  କଣ୍ଟ୍ରୋଲ ୟୁନିଟ୍ ତଥା ଅନ୍ୟାନ୍ୟ ବ୍ୟବସ୍ଥାର ଚେକିଂ କରାଯାଇଛି।

ଢେଙ୍କାନାଳ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅାଜି ଏହି ଯାଞ୍ଚ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଇଭିଏମ ଓ ଭିଭିପାଟ୍‌ର ଫାଷ୍ଟ ଲେବଲ ଯାଞ୍ଚ ହେବ। ଏହାପରେ ମକ୍ ପୋଲ କରାଯିବ। ଭୋଟ୍ ସହିତ ଭିଭିପାଟ୍ ସ୍ଲିପର ମେଳ ହେଉଛି ନା ନାହିଁ ଏଥିରେ ତାର ଅନୁଧ୍ୟାନ ହେବ।

ସେପଟେ ପୋଲିଂ ଷ୍ଟେସନ୍, ମ୍ୟାନପାଓ୍ୱାର, ପୁଲ୍ ମ୍ୟାନେଜମେଣ୍ଟ ଅାଦିର ଡାଟା ବେସ୍ ପ୍ରସ୍ତୁତ କରି ଅାସନ୍ତା ୩୦ ତାରିଖ ସୁଦ୍ଧା ଡ୍ରାଫଟ୍ ଇଲେକସନ୍ ମ୍ୟାନେଜମେଣ୍ଟ ପ୍ଲାନ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟଶାସନ ସଚିବ।

ସେପଟେ ରାଜନୈତିକ ଦଳର ଫୋକସରେ ରହିଛି ମାଇକ୍ରୋ ଲେବଲ ମ୍ୟାନେମେଣ୍ଟ ବା ବୁଥ୍ ପରିଚାଳନା। ମୋ ବୁଥ୍ ସବୁଠୁ ମଜଭୁତ୍ ଜରିଅାରେ ଲୋକଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଥିବା ବିଜେପି ଏବେ ଟି-୨୦ ଫର୍ମୁଲା ଗ୍ରହଣ କରିଛି। ଜଣେ ଜଣେ କାର୍ଯ୍ୟକର୍ତ୍ତା ଅତିକମ୍‌ରେ ୨୦ଟି ପରିବାରକୁ ଭେଟି ମୋଦି ସରକାରଙ୍କ ସଫଳତାର ବାର୍ତ୍ତା ପହଞ୍ଚାଇବେ।

ଏପଟେ  ଓ୍ୱାର୍ଡ କମିଟି, ହ୍ୱାଟସ-ଅାପ୍ ଗ୍ରୁପ୍ ଓ ହାଉସ ଟ୍ୟାଗିଂ ମାଧ୍ୟମରେ ବିଜେଡି  ବି ବୁଥ୍‌ସ୍ତରରେ ଭୋଟ୍ ବ୍ୟାଙ୍କ ମଜଭୁତ କରିବାକୁ ପ୍ରୟାସ ଜାରି ରଖିଛି। ସେପଟେ କଂଗ୍ରେସ ମୋ ବୁଥ୍ ମୋ ଗୌରବ କାର୍ଯ୍ୟକ୍ରମ ମାଧ୍ୟମରେ ବୁଥ୍ ଲେବେଲ୍ ଏଜେଣ୍ଟ ନିଯୁକ୍ତି କରି ଭୋଟରଙ୍କ ସହ ନିରନ୍ତର ଯୋଗାଯୋଗରେ ରହିବାକୁ ଯୋଜନା କରିଛି।

ଭୋଟ୍ ଲାଗି ଅାନୁସଂଗିକ ବ୍ୟବସ୍ଥା ପ୍ରସ୍ତୁତ, ରାଜନୈତିକ ଦଳ ବି ତୟାର, ତେବେ କେବେ ତାରିଖ ଘୋଷଣା କରୁଛନ୍ତି ନିର୍ବାଚନ କମିଶନ ଏବେ ତାକୁ ଅପେକ୍ଷା।

Election-preparation-2
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories