୨୮ରେ ଦଇତାପତି ନିଯୋଗ ନିର୍ବାଚନ

ପୁରୀ: ଆସନ୍ତା ୨୮ତାରିଖରେ ଦଇତାପତି ନିଯୋଗ ନିର୍ବାଚନ ଅନୁଷ୍ଠିତ ହେବ। ୧୫ ଜଣ କର୍ମକର୍ତ୍ତାଙ୍କ ନିର୍ବାଚନ ଲାଗି ଗତକାଲି ସୁଦ୍ଧା ମୋଟ ୩୨ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ।

ବର୍ତ୍ତମାନ ଦଇତାପତି ନିଯୋଗର ସ୍ଥାୟୀ ସଭାପତି ଭାବେ ନବକିଶୋର ପତି ମହାପାତ୍ର ଅଛନ୍ତି।  ତେବେ ନିର୍ବାଚିତ କାର୍ଯ୍ୟନିର୍ବାହୀ କର୍ମକର୍ତ୍ତାଙ୍କ ମଧ୍ୟରୁ କାର୍ଯ୍ୟକାରୀ ସଭାପତି, ଉପସଭାପତି, ସମ୍ପାଦକ ସହ ସମ୍ପାଦକ  କୋଷାଧ୍ୟକ୍ଷ ନିର୍ବାଚନ କରାଯିବ।

You might also like