ତତ୍ପର ନିର୍ବାଚନ କମିଶନ: ଜବତ ହେଲାଣି ୨ କୋଟିର ମଦ, କୋଟିଏ ଟଙ୍କା

ଭୁବନେଶ୍ୱର: ରାଜ୍ୟରେ ମୁକ୍ତ ଓ ଅବାଧ ମତଦାନ ପାଇଁ ନିର୍ବାଚନ କମିଶନ ପୂରା ତତ୍ପର। ନିର୍ବାଚନରେ ବିଶେଷ କରି ମଦ ଓ ଟଙ୍କାର ଯେମିତି ପ୍ରଭାବ ଦେଖିବାକୁ ନ ମିଳେ, ସେଥିପାଇଁ କମିଶନଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। ଆଜି ପର୍ଯ୍ୟନ୍ତ ୨ କୋଟିରୁ ଅଧିକ ଟଙ୍କାର ମଦ ଜବତ ହୋଇଥିବା ବେଳେ କୋଟିଏରୁ ଅଧିକ ନଗଦ ଟଙ୍କା ଜବତ ହୋଇସାରିଲାଣି।

ଚେକ୍ ପୋଷ୍ଟ କରାଯାଇ ଗାଡ଼ି ମଟର ଯାଞ୍ଚ କରାଯାଉଛି। ଷ୍ଟାଟିକ୍ ଟିମ୍ ସହିତ ଫ୍ଲାଇଂ ସ୍କ୍ୱାର୍ଡ, ଭିଡିଓ ସର୍ଭିଲାନ୍ସ ଟିମ୍ ଓ ଅବଜରଭର୍‌ମାନେ ଟଙ୍କା କାରବାରକୁ ରୋକିବାକୁ କଡ଼ା ନଜର ରଖିଛନ୍ତି।

You might also like