• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ଶେଷ ପର୍ଯ୍ୟାୟରେ ପ୍ରଚାର ହାତରେ ଆଉ ୨୪ ଘଣ୍ଟାରୁ କମ୍ ସମୟ ଥିବାରୁ ରାତି ଦିନ ଏକ କରି ଦେଇଛନ୍ତି ନେତା। ବିଶେଷ କରି ପଶ୍ଚିମ ଓଡ଼ିଶାରେ ବିଜେପି ଓ ବିଜେଡି ପକ୍ଷରୁ ଆଜି ଦେଖିବାକୁ ମିଳିଥିଲା ହାଇ ଭୋଲଟେଜ୍‌ ପ୍ରଚାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶା କାର୍ଡ ସହ କେନ୍ଦ୍ର ଅବହେଳାକୁ ନେଇ ଭୋଟ୍ ଭିକ୍ଷା କରିଥିବାବେଳେ ଚିଟ୍‌ଫଣ୍ଡ ଓ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ବିଜେଡିକୁ ଟାର୍ଗେଟ୍ କରିଥିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ରାଉରକେଲାରେ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗ ଦେଇ ନବୀନ ସରକାର ଉପରେ ବର୍ଷିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଚିଟ୍‌ଫଣ୍ଡ ଓ ଖଣି ଦୁର୍ନୀତି କଥା ଉଠାଇ ରାଜ୍ୟ ସରକାରକୁ ଟାର୍ଗେଟ୍ କରିଥିଲେ ଯୋଗୀ। ପରେ ଫୁଲବାଣୀ ସଭାରେ ଦିବଂଗତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଷଡ଼ଯନ୍ତ୍ର ପ୍ରସଙ୍ଗ ଉଠାଇ ବିଜେଡିକୁ ଟାର୍ଗେଟ୍ କରିଥିଲେ। ସେପଟେ ରବିବାର ରେଷ୍ଟ ପରେ ଆଜି ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାରେ ମାରାଥନ୍ ପ୍ରଚାର କରିଛନ୍ତି। ବରଗଡ଼ର ପଦମପୁରଠାରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଖେଳିଛନ୍ତି ପଶ୍ଚିମ ଓଡ଼ିଶା କାର୍ଡ।

କୋଶଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ରଖିବା ପାଇଁ ସେ ଦାବି କରିଥିଲେ ବି କିଛି ହେଲାନି ବୋଲି କହିଛନ୍ତି ନବୀନ। ତା’ସହ କଳିଆ  ଯୋଜନାକୁ କେହି ବନ୍ଦ କରି ପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ଧାନର ଏମ୍ଏସ୍‌ପି ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ନବୀନ। ମୁଖ୍ୟମନ୍ତ୍ରୀ ବଲାଙ୍ଗୀରର ପାଟଣାଗଡ଼ ଓ କଣ୍ଟାବାଞ୍ଜିରେ ରୋଡ୍ ଶୋ କରିଥିଲେ। ଏହି ସମୟରେ ବେଲପଡ଼ାଠାରେ କିଛି ଯୁବକ ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବି ସଂପର୍କିତ ବ୍ୟାନର ଦେଖାଇଥିଲେ।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବ୍ରଜରାଜନଗର ଓ ପଦ୍ମପୁର ନିର୍ବାଚନ ମଣ୍ଡଳୀ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଜୟ ସଙ୍କଳ୍ପ ସଭାରେ ଯୋଗଦେଇ ରାଜ୍ୟରେ ପରିବର୍ତ୍ତନର ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ‌ଆଜି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ରୋଡ୍ ସୋ କରି ଜନ ସାଧାରଣଙ୍କୁ ଭୋଟ୍ ଅପିଲ୍ କରିଥିଲେ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୁଧବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ପ୍ରଚାର କରିବେ। ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ଓ ଅମିତ ଶାହ କଟକରେ ରୋଡ୍ ସୋ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି କଂଗ୍ରେସ୍ ଅଧ୍ୟକ୍ଷ ରାହୁଲ ଗାନ୍ଧି ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ପାଇଁ ଦୁଇଥର ଓଡ଼ିଶା ଆସିପାରନ୍ତି ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି।

https://youtu.be/ZB3WRSxnmfI

Election-campaigning-intensifies-across-odisha-ahead-of-2nd-phase-polls
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories