ଜମୁଛି ପାଟକୁରା ନିର୍ବାଚନ ପ୍ରଚାର

ପ୍ରଚାର ମୈଦାନରେ ସବୁ ଦଳର ହେଭିୱେଟ୍ ନେତା

ପାଟକୁରା  : ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ସେତିକି ଜମୁଛି ପାଟକୁରା ପ୍ରଚାର। ତିନି ପ୍ରମୁଖ ଦଳ ପକ୍ଷରୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବହୁ ହେଭିୱେଟ୍ ନେତା। ପାଟକୁରାରେ ରୋଡ୍ ଶୋ’ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଦଳର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର।

ରୋଡ୍ ଶୋ’ରେ ଦଳର ବରିଷ୍ଠ ନେତା କେଭି ସିଂଦେଓ, ସମୀର ଦେ ଓ ନିବେଦିତା ପ୍ରଧାନ ପ୍ରମୁଖ ସାମିଲ ହୋଇ ବିଜୟ ମହାପାତ୍ରଙ୍କ ପାଇଁ ଭୋଟ୍ ମାଗିଛନ୍ତି। ସେପଟେ ବିଜେଡି ପାଇଁ ବି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ହେଭିୱେଟ ନେତା। ମାର୍ଶାଘାଇ ବ୍ଲକ୍ ବଳରାମପୁର ପଞ୍ଚାୟତରେ ଘର ଘର ବୁଲି ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କୁ ଜିତାଇବାକୁ ନିବେଦନ କରିଛନ୍ତି ବିଜେପିର ନେତା।

ଅନ୍ୟପଟେ କଂଗ୍ରେସ ପାଇଁ ମଙ୍ଗ ଧରିଛନ୍ତି ଓଡ଼ିଶା ସହ ପ୍ରଭାରୀ ରୁଦ୍ର ରାଜୁ ଓ ବରିଷ୍ଠ ନେତା ପ୍ରଦୀପ ମାଝୀ। ପାଟକୁରାର କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କ ପାଇଁ ଏମାନେ ବି ଘର ଘର ବୁଲି ଭୋଟ୍ ଭିକ୍ଷା କରିଛନ୍ତି। ନିଜ ନିଜ ପ୍ରାର୍ଥୀ ଲାଗି ପ୍ରଚାର ଜୋର ଚାଲିଥିବା ବେଳେ ପାଟକୁରାରେ ପ୍ରେସମିଟ୍ କରୁଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର।

 

You might also like