ନିର୍ବାଚନ ପ୍ରଚାର କଲେ, ରାସ୍ତାକଡ ଦୋକାନରେ ଚା’ ପିଇଲେ ସାଂସଦ ଅପରାଜିତା

ବାଲେଶ୍ୱର: ଆସନ୍ତା ୩ ତାରିଖ ବାଲେଶ୍ୱର ସଦର ଉପନିର୍ବାଚନ । ଏଥିଲାଗି ୩ ପ୍ରମୁଖ ଦଳର ପ୍ରାର୍ଥୀ ଜୋରସୋରରେ ପ୍ରଚାର ଚଳାଇଛନ୍ତି । ଭୋଟରଙ୍କ ମନ ଜିଣିବାକୁ ତିନି ଦଳର ପ୍ରାର୍ଥୀ କଳ-ବଳ-କୌଶଳ ଲଗାଇ ଦେଇଛନ୍ତି । ଭୋଟରଙ୍କୁ ନେଇ ଅନେକ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି।

ଚଳିତ ଥର ବାଲେଶ୍ୱରରେ ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସରେ ନିର୍ବାଚନ ଲଢୁଛନ୍ତି। ୩ ନୂଆ ମୁହଁ । ତେଣୁ ସେମାନଙ୍କଠାରୁ ଅନେକ କିଛି ଆଶା ରଖିଛନ୍ତି ବାଲେଶ୍ୱରବାସୀ। ପ୍ରାର୍ଥୀଙ୍କୁ ସାଙ୍ଗରେ ଧରି ଦଳର ଷ୍ଟାର ପ୍ରଚାରକମାନେ ପ୍ରଚାର ଚଳାଇଛନ୍ତି।

ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରଚାରକୁ ଜୋରଦାର କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ପ୍ରଚାରରେ ସାମିଲ ହୋଇଛନ୍ତ। ସକାଳୁ ସକାଳୁ ବାଲେଶ୍ୱରରେ ରାସ୍ତା କଡ଼ରେ ଥିବା ଏକ ଚା ଜଳଖିଆ ଦୋକାନରେ ପହଞ୍ଚି ଦୋକାନୀଙ୍କ ସୁଖଦୁଖ ପଚାରି ବୁଝିଥିଲେ ଅପରାଜିତା ।

ସାଂସଦଙ୍କ ନିକଟରେ ନିଜର ସୁବିଧା ଅସୁବିଧା ଜଣାଇଥିଲେ ଦୋକାନୀ । ସାଂସଦ ନିଜେ ଦୋକାନରୁ ଚା ପିଇବା ସହ ନିଜେ ରୁଟି ସେକିଥିବା ଦେଖିବାକୁ ମିଳିଛି।

ସେତିକି ନୁହେଁ, ସଫେଇ କର୍ମଚାରୀଙ୍କ ସହ କଥା ହୋଇ ସେମାନଙ୍କ ସୁବିଧା ଅସୁବିଧା ବୁଝିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ

ଆହୁରି ପଢ଼ନ୍ତୁ

୩ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ନାଗାର୍ଜୁନ ବେଶ

ନାଗାର୍ଜୁନ ବେଶ: ଦ୍ୱାର ଫିଟିଲା, ଦର୍ଶନ ଦେଲେ ପତିତ ଉଦ୍ଧାରକ ପତିତପାବନ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

ଶ୍ରୀମନ୍ଦିରରେ ବିରଳ ଇତିହାସ ହୋଇ ରହିଯିବ ଏଥରର ଦୁର୍ଲଭ ନାଗାର୍ଜୁନ ବେଶ

‘କୁବେର ବାବୁ’ଙ୍କ ପୁଅକୁ ଧରିଲା ଭିଜିଲାନ୍ସ ଟିମ୍‌

ନୂଆ ନୁହେଁ ବିବାଦ, ପ୍ରସଙ୍ଗରୁ ବାହାରି ଆସିବାରେ ଅରୁଣ ସଫଳ !

ଅଫିସର୍‌ ନୁହଁନ୍ତି ତ ସାକ୍ଷାତ କୁବେର !

ନାଗାର୍ଜୁନ ବେଶ ଲାଗି ପୁରୀରେ ୧୪୪ ଧାରା ଜାରି

ପରୀ ହତ୍ୟା ଘଟଣା: ଅରୁଣ ସାହୁ କହିଲେ, ମୁଁ ହିଂସାରେ ବିଶ୍ୱାସ କରେନି

ପରୀ ହତ୍ୟା ମାମଲାରେ ମୁହଁ ଖୋଲିଲେ ମନ୍ତ୍ରୀ ଅରୁଣ ସାହୁ

‘ଅରୁଣ ସାହୁଙ୍କୁ ବହିଷ୍କାର କରା ନ ଗଲେ ଗୃହ ଚଳାଇ ଦେବୁନି’

ସମ୍ପନ୍ନ ହେଲା କାଳିଆର ଶେଷକୃତ୍ୟ

You might also like