ପାଖେଇ ଆସୁଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ଲାଗିଛି ଘମାଘୋଟ ଲଢ଼େଇ

ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଏବେ ତିନି ପ୍ରମୁଖ ରାଜନୈତିକ ଦଳ ଜୋରଦାର ପ୍ରଚାର ଚଳାଇଛନ୍ତି। ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଆସି ୩ଟି ସ୍ଥାନରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ନବୀନ ପଟ୍ଟନାୟକଙ୍କୁ ସିଧା ଟାର୍ଗେଟ୍ କରିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ମାରାଥନ ପ୍ରଚାର କରିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଂଜରୁ ପ୍ରଚାର ଆରମ୍ଭ କରି ଜଗତସିଂହପୁରରେ ସାରିଛନ୍ତି। ସେହିପରି କଂଗ୍ରେସ୍ ପାଇଁ ଆଜି ଓଡ଼ିଶାରେ ଉତ୍ତର ପ୍ରଦେଶ ପିସିସି ସଭାପତି ରାଜ୍ ବବ୍ବର ପ୍ରଚାର ମଙ୍ଗ ଧରିଥିଲେ।

ସୂଚନା ଅନୁସାରେ ଯାଜପୁର ବରୀରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ରାଜନାଥ ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି। ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ନ କରିବାରୁ ଆରମ୍ଭ କରି ଓଡ଼ିଶା ସରକାର କିପରି ବିକାଶ ବାଟରେ ବାଧକ ସାଜିଛନ୍ତି ତା’ର ହିସାବ ଦେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ପ୍ରବଳ ବର୍ଷିଥିଲେ। ପରେ ଭଦ୍ରକର ଚାନ୍ଦବାଲି ଓ ନିମାପଡ଼ାରେ ବି ବିଜେଡ଼ି ବିରୋଧରେ ବିଷୋଦ୍‌ଗାର କରିଥିଲେ।

ସେପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ୭ ଟି ସ୍ଥାନରେ ନିର୍ବାଚନ ସଭା ଓ ରୋଡ୍ ଶୋ’ କରି ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି।  ବାଲେଶ୍ୱରରେ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ଯୋଗଦେବା ସହ ରେମୁଣାରେ ବାଲେଶ୍ୱର ସାଂସଦଙ୍କ ଚିଟ୍‌ ଫଣ୍ଡ ଲିଙ୍କ୍ କଥା ଉଠାଇ ବର୍ଷିଥିଲେ। ପରେ ଜଳେଶ୍ୱେର, ସୋର, ସିମୁଳିଆରେ ବି ଜୋରଦାର ପ୍ରଚାର କରିଥିଲେ।

ସେହିପରି ବିଜେଡି ସୁପ୍ରିମୋ ମୟୂରଭଞ୍ଚର ବାରିପଦାରେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଯିବା ପରେ କପ୍ତିପଦାରୁ ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ। କପ୍ତିପଦା ପରେ ଚିତ୍ରୋଡା, କଳାବାଡିଆ ଓ ସାରସକଣାରେ ସଭା କରିବା ପରେ ରାଇରଙ୍ଗପୁରରେ ରୋଡ ଶୋ’ କରିଥିଲେ। ଭିନ୍ନ ଭିନ୍ନ ସଭାରେ ମୁଖ୍ୟମନ୍ତ୍ରୀ ଆଜି ପୁରୁଣା ଅଭିଯୋଗକୁ ପୁଣି ଦୋହରାଇ କହିଥିଲେ, ଓଡ଼ିଶାର ଦୁଃଖ ସମୟରେ ପ୍ରଧାନମନ୍ତ୍ରୀ କିମ୍ବା ଅନ୍ୟ କେହି ବଡନେତା ଆସିଲେ ନାହିଁ। ଏବେ ନିର୍ବାଚନ ଯୋଗୁ ବାରମ୍ବାର ଆସୁଛନ୍ତି।

ଆହୁରି ପଢ଼ନ୍ତୁ

୯ମାସର ଗର୍ଭବତୀ ୫ମିନିଟ୍‌ରେ ଦୌଡିଲେ ୧.୬କିମି, ଭିଡିଓ ଭାଇରାଲ୍‌

‘ବାପାଙ୍କ ସ୍ୱପ୍ନ ପ୍ରେରଣା ଯୋଗାଇଛି’

କରୋନା ପାଇଁ କ୍ରିକେଟର ସାଜିଲେ କୁଲି

ମୁହଁରେ ପ୍ଲାଷ୍ଟିକ୍‌‌ ମାସ୍କ ଲଗାଇ ରାସ୍ତାରେ ବୁଲିଲେ ଲୋକ, ଭିଡିଓ ଭାଇରାଲ୍‌

NEET Result: ସୋଏବଙ୍କ ପରି ଇଏ ବି ରଖିଛନ୍ତି ଶତପ୍ରତିଶତ ମାର୍କ

ରୋଗୀ ସେବାରେ ବ୍ରତୀ ରାଜ୍ୟପାଳ

ପୁରୁଣା ଇଂଜିନ୍‌ ବ୍ୟବହାର କରି ୪ ଚକିଆ ଗାଡି ତିଆରି କଲେ ଇଂଜିନିୟରିଂ ଛାତ୍ର

ଆଦିବାସୀ ପିଲାଙ୍କୁ ପଢାଇବାର ନିଆରା ପ୍ରୟାସ: ନିଜ ଖର୍ଚ୍ଚରେ ସ୍କୁଲ୍‌ କାନ୍ଥରେ ଚିତ୍ର କଲେ ଶିକ୍ଷକ

ସ୍କୁଟି ଉପରେ ଖାଇବା ଦୋକାନ: ଟଙ୍କା ନଥିଲେ ମାଗଣା ଖାଇପାରିବେ ଗ୍ରାହକ

ଅଳିଆ ଗଦାରେ ଭେଟ: ଭୋକିଲା ଦେଖି ୩୦୦କୁକୁରକୁ ଘରକୁ ନେଇଆସିଛନ୍ତି ମହିଳା

୫ବର୍ଷ ବୟସରେ ବିବାହ କରିଥିଲେ ବାବା: କହିଲେ, ସ୍ତ୍ରୀର ପ୍ରେମ ଦିଏ ଲଢିବାକୁ ସାହାସ

ଲକ‌ଡାଉନ୍‌ ସଂଘର୍ଷ ଥିମ୍‌ରେ ଏଥର ଦୁର୍ଗା ମେଢ

You might also like