• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

କଟକ: ପଲିଥିନ ଟଣା ଘରେ ବିତୁଛି ଜୀବନ। ବର୍ଷେ କି ଦୁଇ ବର୍ଷେ ନୁହେଁ, ୪୦ ବର୍ଷରୁ ଅଧିକ ହେବ ଦୁର୍ବିସହ ଭାବେ ଜୀବନ କଟୁଛି। ଏପରିକି ସଳଖି ଠିଆ ହେବା ପାଇଁ ଅଣ୍ଟାରେ ବଳ ନାହିଁ। ଏହା ସତ୍ତ୍ୱେ ବି ସେ ହାର୍‌ ମାନି ନାହାନ୍ତି। ଏ ହେଉଛି ଅସହାୟ ବୃଦ୍ଧା ପୁନି ନାୟକଙ୍କ ସଂଘର୍ଷର କାହାଣୀ।

ସ୍ୱାମୀଙ୍କର ଦେହାନ୍ତ ପରେ ପୁନି କଟକ ମାଲଗୋଦାମ ଓଭରବ୍ରିଜ୍‌ ତଳେ ଏକ ପାନ ଦୋକାନ କରି ଗୁଜୁରାଣ ମେଣ୍ଟାଉଛନ୍ତି। ଠିକ୍‌ ଭାବେ ଶୁଣି ପାରୁନଥିଲେ ମଧ୍ୟ ତାଙ୍କ ଦୋକାନର ପାନ ଖାଇବାକୁ ଗ୍ରାହକ ଅଧିକ ପସନ୍ଦ କରିଥାନ୍ତି। ପୁଅ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ରିକ୍ସା ଚଳାଇ ଦି ପଇସା ରୋଜଗାର କରୁଛନ୍ତି।

୪୦ ବର୍ଷ ତଳେ ପୁନି ସ୍ୱାମୀଙ୍କ ସହ କଟକ ଆସିଥିଲେ। ସ୍ୱାମୀ ଆରପାରିକୁ ଚାଲିଗଲା ପରେ ପୁନି ସେହି ପାନ ଦୋକାନକୁ ଆଗେଇ ନେଇଛନ୍ତି। ପାନ ବିକିବା ସହ ଖବରକାଗଜ ପଢ଼ିବା ମଧ୍ୟ ତାଙ୍କର ସଉକ ଅଛି।

କେବଳ ଏତିକି ନୁହେଁ ପୁନି ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ମଧ୍ୟ ସହାୟତାର ହାତ ବଢ଼ାଇଥାନ୍ତି।  ହେଲେ ବାର୍ଦ୍ଧକ୍ୟ ଭତ୍ତା,ରାସନକାର୍ଡକୁ ଛାଡ଼ି ଦେଲେ ସେ ସରକାରଙ୍କ ଅନ୍ୟ କୌଣସି ଯୋଜନାର ସୁଫଳ ପାଇ ପାରି ନାହାନ୍ତି। ଏହାକୁ ନେଇ ଜିଲ୍ଳା ପ୍ରଶାସନର ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ପ୍ରଧାନମନ୍ତ୍ରୀ ଇନ୍ଦିରା ଆବାସ ଯୋଜନାରେ ସାମିଲ କରାଯିବ ବୋଲି ସ୍ଥାନୀୟ କର୍ପୋରେଟର କହିଛନ୍ତି।

ତେବେ ଗରିବ, ଅସହାୟ ବୃଦ୍ଧବୃଦ୍ଧାଙ୍କ ସୁବିଧା ଲାଗି ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଅଣଦେଖା ଲାଗି ପ୍ରକୃତ ଲୋକେ ଯୋଜନାର ସୁଫଳ ପାଇ ପାରୁ ନାହାନ୍ତି ବୋଲି ଅଭିଯୋଗ ହୋଇଛି।

https://youtu.be/25j1CF3EGZM

Elderly-woman-struggles-to-meet-both-ends-in-cuttack-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories