ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗ

ନୂଆପଡ଼ା: ଗୁଣି ଗାରେଡ଼ି ସନ୍ଦେହରେ ନୂଆପଡ଼ା ଜିଲ୍ଲାରେ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଲଖନା ଥାନା ଚନାମୁଣ୍ଡା ଗାଁ ଡ୍ୟାମ୍‌ କଡ଼ରୁ ଏକ ଅଖାରେ ଭର୍ତ୍ତି ଗଳିତ ଶବ ମିଳିବା ପରେ ଏହି ସନ୍ଦେହ ଘନିଭୂତ ହୋଇଛି।

ମୃତକ ଜଣଙ୍କ ହେଲେ ଖଇରାନୀ ଗାଁର ତୁଳାରାମ ମାଝି। ତାଙ୍କୁ ଗୁଣିଆ ସନ୍ଦେହରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଲଖନା ଥାନା ପୁଲିସ୍‌ ଏହି ମାମଲାରେ ୨ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣ ଏବେବି ଫେରାର୍‌ ଅଛନ୍ତି।

ହତ୍ୟାର ମାସେ ପରେ ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଗିରଫ ଅଭିଯୁକ୍ତ ଘଟଣାକୁ ସ୍ୱୀକାର କରିଥିବା ଜଣାପଡ଼ିଛି।

 

You might also like