ଶାଶୁ-ଶ୍ୱଶୁରଙ୍କୁ ମାଡ଼ ମାରି ଘରୁ ତଡ଼ି ଦେଲେ ବୋହୂ
ଭୁବନେଶ୍ୱର: ଶାଶୁ-ଶ୍ୱଶୁରଙ୍କୁ ଘରୁ ତଡ଼ି ଦେଲେ ବୋହୂ। ରାଜଧାନୀରେ ଶାଶୁ ଶ୍ୱଶୁରଙ୍କ ଉପରେ ବୋହୂର ଅତ୍ୟାଚାର ନୁହେଁ, ବରଂ ଉଭୟଙ୍କୁ ବୋହୂ ଘରୁ କାଢ଼ି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ପୀଡ଼ିତ ଶାଶୁ ଶ୍ୱଶୁର। ଏପରିକି କଥା କହିଲା ବେଳେ ନିଜ କୋହକୁ ସମ୍ଭାଳି ପାରୁନାହାନ୍ତି। ଏହି ଦୁଇ ଜଣ ହେଉଛନ୍ତି, ଫକୀର ଚରଣ ମହଲ ଓ ତାଙ୍କ ପତ୍ନୀ ।
ନିଜ ବୋହୁ ସଂଯୁକ୍ତା ମହଲଙ୍କ ନାଁରେ ନିର୍ଯାତନାର ଅଭିଯୋଗ ଆଣିଛନ୍ତି ଉଭୟେ। ୨୦୧୯ ଅକ୍ଟୋବର ୨୦ ତାରିଖରେ ଶାଶୁ ଶ୍ୱଶୂରଙ୍କୁ ମାଡ଼ ମାରି ସଂଯୁକ୍ତା ଏମାନଙ୍କୁ ଘରୁ ତଡ଼ି ଦେଇଥିବା ଅଭିଯୋଗ ହୋଇଛି ।
ଉଭୟ ପକ୍ଷ ଥାନାକୁ ଯାଇଥିବାବେଳେ ପୁଲିସ ଓଲଟା ଏକ ମାମଲାରେ ତାଙ୍କୁ ଗିରଫ କରିଥିଲା ବୋଲି କହିଛନ୍ତି ଫକୀର ଚରଣ ମହଲ । ଅନ୍ୟପଟେ ମାମଲା ବିଚାରଧୀନ ଥିବାରୁ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ସଂଯୁକ୍ତା।