ବୃଦ୍ଧଙ୍କୁ ଦଳିଦେଲା ଦନ୍ତା ହାତୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ହାତୀ ଆତଙ୍କ। ଜବଲାଡ଼ିହି ଗାଁରେ  ଗୋଟିଏ ଦନ୍ତା ହାତୀ ଜଣେ ବୃଦ୍ଧଙ୍କୁ ଦଳି ଦେଇଛି। ତାଙ୍କ ନାଁ ଫେଜେ ପେରେ। ଏଥିସହ ଦନ୍ତା ହାତୀଟି ୫ଟି ଘର ମଧ୍ୟ ଭାଙ୍ଗି ଦେଇଛି।

ଗତକାଲି ବିଳମ୍ବିତ ରାତିରେ ଫେଜେ ଘରେ ଶୋଇଥିବା ବେଳେ ହାତୀଟି ଘର ଭାଙ୍ଗିଥିଲା। ଭୟରେ ସେ ବାହାରକୁ ଦୌଡ଼ି ଆସିବାରୁ ଦନ୍ତା ହାତୀଟି ତାଙ୍କୁ ଦଳି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ୍‌ ନିଆଯିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ସୂଚନାଥାଉ କି, ସପ୍ତାହେ ତଳେ ଛତିଶଗଡ଼ ପଟୁ ଏକ ହାତୀ ପଲ କିଞ୍ଜିରକେଲା ଅଞ୍ଚଳକୁ ଆସି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲେ।

ସେହି ହାତୀ ପଲକୁ ବନ ବିଭାଗ ଘଉଡ଼ାଇ ଦେଇଥିଲା। କିନ୍ତୁ ସେଥିରୁ ଗୋଟିଏ ହାତୀ ରହି ଯାଇଥିଲା। ସେହି ହାତୀଟି ଘୂରି ବୁଲୁଛି ଏବଂ ରାତି ହେଲେ ଗାଁ ମୁହାଁ ହେଉଛି ବୋଲି ଜଣାପଡ଼ିଛି।

 

You might also like