ସ୍ତ୍ରୀକୁ ହାଣି ହତ୍ୟା ପରେ ସ୍ୱାମୀର ଅାତ୍ମହତ୍ୟା

ଢେଙ୍କାନାଳ  : ସ୍ତ୍ରୀକୁ ହାଣି ହତ୍ୟା ପରେ ସ୍ୱାମୀର ଅାତ୍ମହତ୍ୟା। ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନା ଖାଲପାଳ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକମାନେ ହେଲେ ସୁଧାକର ବାଡ଼ିଆ ଓ ସିଲି ବାଡ଼ିଆ। ଅାଜି ଦିନ ୧୧ଟା ବେଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

ଏଥିରେ ଉତ୍‌କ୍ଷୀପ୍ତ ହୋଇ ସୁଧାକର ଏକ ଟାଙ୍ଗିଆରେ ସ୍ତ୍ରୀ ସିଲିକୁ ହାଣି ହତ୍ୟା କରିଥିଲା। ପରେ ଫାଶୀ ଲଗେଇ ସୁଧାକର ଅାତ୍ମହତ୍ୟା କରିଥିବା ଜଣାପଡିଛି। ପାରିବାରିକ କଳହକୁ ନେଇ ହତ୍ୟା ପରେ ଅାତ୍ମହତ୍ୟା କରିଥିବା ସୂଚନା ମିଳିଛି। ବାଲିମୀ ପୁଲିସ୍ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

 

You might also like