ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ(ବିରଜା ଦାସ): ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଅନ୍ତର୍ଗତ କର୍ଣ୍ଣପୁର ପଞ୍ଚାୟତ ସାନଜୋରଡ଼ା ଗାଁରେ ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଦମ୍ପତି ହେଲେ ଦୁଃଖବନ୍ଧୁ ସାହୁ ଓ ତାଙ୍କ ପତ୍ନୀ ପାଞ୍ଚାଳୀ ସାହୁ।

ଗତକାଲି ରାତିରେ ଖାଇ ସାରିବା ପରେ ଦୁଃଖବନ୍ଧୁ ଓ ପାଞ୍ଚାଳୀ ନିଜ ରୁମ୍‌ରେ ଶୋଇଥିଲେ। ରୁମ୍‌ରେ ଥିବା ଟେବୁଲ ଫ୍ୟାନ୍ ଚାଲୁଥିବାବେଳେ ସର୍ଟ‌ ସର୍କିଟ ଯୋଗୁ ଫ୍ୟାନ୍ ପୋଡ଼ି ଯାଇଥିଲା। ଫଳରେ ଧୂଆଁରେ ଉଭୟଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।

ଆଜି ସକାଳେ ପରିବାର ଲୋକେ ଘର ଭିତରୁ ଧୂଆଁ ବାହାରୁଥିବା ଦେଖି ଉଦ୍ଧାର କରିଥିଲେ। ହେଲେ ସେତେବେଳକୁ ଦମ୍ପତିଙ୍କର ମୃତ୍ୟୁ ହୋଇସାରିଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ପ୍ରକୃତରେ କେଉଁ କାରଣ ଯୋଗୁ ଦମ୍ପତିଙ୍କର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ଭାବରେ ଜଣାପଡ଼ିନାହିଁ।

You might also like