ବିଷ ପିଇ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା
ମୟୂରଭଞ୍ଜ: ବୈଶିଙ୍ଗା ଥାନା ଢେଉଁଚାପଦା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବୃଦ୍ଧ ଦମ୍ପତି ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
ମୃତକମାନେ ହେଲେ ସନିଆ ମୁର୍ମୁ ଓ ତାଙ୍କ ପତ୍ନୀ ସୁମି ମୁର୍ମୁ। ସେମାନଙ୍କର ଏକ ଛୋଟ ଘର ଓ ଅଳ୍ପ ଜମି ଥିବା ବେଳେ କେହି ସନ୍ତାନ ନଥିବା ଜଣାପଡ଼ିଛି। ଏଥିପାଇଁ ସେମାନେ ଅନେକ ସମୟରେ ଦୁଃଖିତ ରହୁଥିବା ପଡ଼ୋଶୀ କହିଛନ୍ତି। ତେବେ ସେମାନେ ଆତ୍ମହତ୍ୟା କରିଛନ୍ତି, ନା ଅନ୍ୟ କୌଣସି କାରଣରୁ ସେମାନଙ୍କ ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।