କେବେ ସ୍ୱାଭାବିକ ହେବ ଫୋନି ମାଡ଼ରେ ବିଧ୍ୱସ୍ତ ବିଦ୍ୟୁତ୍‌ ବ୍ୟବସ୍ଥା ?

ବିଜୁଳି ଯୋଗାଣକୁ ନେଇ ଅନ୍ଧାରରେ ଶକ୍ତି ବିଭାଗ

ଭୁବନେଶ୍ୱର : ଫୋନିରେ ସବୁଠୁ ଅଧିକ ପ୍ରଭାବିତ ପୁରୀ ଓ ଭୁବନେଶ୍ୱରରେ ବିଜୁଳି କେବେ ଆସିବ ସେ ନେଇ ଶକ୍ତି ବିଭାଗ ବି ଅନ୍ଧାରରେ। ପ୍ରଥମ ଦିନରୁ ୨୫ ପ୍ରତିଶତ ବିଜୁଳି ଦେବାର ଦମ୍ଭୋକ୍ତି ଦେଖାଇଥିବା ଶକ୍ତି ସଚିବ ଆଜି ପୁଣି ଆସନ୍ତାକାଲିକୁ ସମୟ ଗଡ଼ାଇ ସମାନ କଥା କହିଛନ୍ତି। ବିଜୁଳି ସଂଯୋଗରେ ବାଧକ ସାଜିଛି ମ୍ୟାନ୍ ପାଓ୍ୱାର ଓ ବିଛିନ୍ନ ଯୋଗାଯୋଗ।

ବିଜୁଳିକୁ ନେଇ ସ୍ମାର୍ଟ ସିଟିର ସ୍ଥିତି ଅସମ୍ଭାଳ ହୋଇପଡିଥିବା ବେଳେ ପୁରୀରେ କେବେ ବିଜୁଳି ଆସିବ ସେ କଥା କହିବା ସ୍ଥିତିରେ ନାହିଁ ଶକ୍ତି ବିଭାଗ।

ରାଜଧାନୀର ସବୁଠୁ ଗୁରୁତ୍ୱପୂର୍ଣ ସ୍ଥାନ ରାଜଭବନ ଛକ। ଫୋନି ଯିବାର  ୭୨ ଘଣ୍ଟା ପରେ ବି ରାଜ୍ୟପାଳଙ୍କ ବାସଭବନ କଡରେ ପଡ଼ି ରହିଛି ଗଛ। ପଡ଼ି ରହିଛି ବିଜୁଳି ଖୁଣ୍ଟ। ଟିକେ ଆଗରୁ ଗଲେ ପଡେ ବିଜ଼େଡି ସାଂସଦ କଳିକେଶ ସିଂ ଦେଓ ଓ ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସଂ ଦିଓଙ୍କ ବାସଭବନ।

ଏଠି ବି ଘର ଆଗରେ ବିଜୁଳି ଖୁଣ୍ଟ ସେମିତି ପଡ଼ିରହିଛି। ରାଜଧାନୀର ଭିଭିଆଇପି ଏରିଆ ସମେତ ସବୁ ଗଳି କନ୍ଦିରେ ୧୦ ହଜାରରୁ ଅଧିକ ଖୁଣ୍ଟ ଭାଙ୍ଗିଛି। କିନ୍ତୁ ବିଡ଼ମ୍ବନା ହେଉଛି ଫୋନି ଯିବାର ତିନି ଦିନ ପରେ ବି ଖୁଣ୍ଟକୁ ସଳଖି ଠିଆ କରିବା ପାଇଁ କର୍ମଚାରୀଙ୍କ ଦେଖାନାହିଁ।

ଏପଟେ ବିଜୁଳି ବ୍ୟବସ୍ଥା ସ୍ୱାଭାବିକ କରିବାକୁ ସେସୁ କଣ୍ଟ୍ରୋଲ ରୁମ୍‌ରେ ଚାଲିଛି ଘନ ଘନ ବୈଠକ। ଆଜି ଖୋଦ୍ ଶକ୍ତି ସଚିବ ବିଭାଗର ଅନ୍ୟ ଅଧିକାରୀ ଓ ଏନଟିପିସିର ବରିଷ୍ଠ ଅଧିକାରୀଙ୍କୁ ନେଇ ସ୍ଥିତି ସମୀକ୍ଷା କରିଛନ୍ତି। ରାଜଧାନୀରେ ବିଜୁଳି ପୁର୍ନବାହାଲରେ ପ୍ରତିବନ୍ଧକ ସାଜିଛି ସ୍ପଳ୍ପ କର୍ମଚାରୀ ଓ ବିଛିନ୍ନ ଫୋନ୍ ଯୋଗାଯୋଗ ବ୍ୟବସ୍ଥା।

ଏବେ କେବଳ ଭୁବନେଶ୍ୱରରେ ୨ ହଜାର ଶ୍ରମିକ ଭୁଶୁଡି ପଡିଥିବା ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାର ମରାମତିରେ ଲାଗିଛନ୍ତି। ତେବେ ଯେଉଁ ପରିମାଣର କ୍ଷୟକ୍ଷତି ହୋଇଛି ତାକୁ ଦେଖିଲେ ଏହା ସମୁଦ୍ରକୁ ଶଙ୍କେ ପରି ମନେହେଉଛି। ସେପଟେ ଫୋନି  ବିଧ୍ୱଂସ୍ତ ପୁରୀର ଚିତ୍ର ଆହୁରି ସଂଗୀନ। ତେବେ ଭୁଷୁଡି ପଡିଥିବା ଭିତ୍ତିଭୂମିକୁ ସଜାଡିବାକୁ ୧୦ ହଜାର କର୍ମଚାରୀଙ୍କ ଆବଶ୍ୟକତା ଥିବା ବେଳେ ଅଛନ୍ତି ମାତ୍ର ୪ ହଜାର। ଟ୍ରେନସେବା ସ୍ୱାଭାବିକ ହୋଇ ନଥିବାରୁ ଅନ୍ୟ ରାଜ୍ୟରୁ ବି କୁଶଳୀ ଶ୍ରମିକ ଆସିପାରୁନାହାଁନ୍ତି। ଏପରି ସ୍ଥିତିରେ ଆସନ୍ତା କାଲି ସୁଦ୍ଧା ଭୁବନେଶ୍ୱରର ୨୫ ପ୍ରତିଶତ ଉପଭୋକ୍ତାଙ୍କ ପାଖରୁ ବିଜୁଳି ଦିଆଯିବ ବୋଲି କହିଛନ୍ତି ଶକ୍ତି ସଚିବ।

ମୋଟ ୮୮ ଟି ଫିଡର ମଧ୍ୟରୁ ୮ଟିକୁ ଆଜି ଚାର୍ଜ କରାଯାଇଥିବା ବେଳେ କାଲି ସୁଦ୍ଧା ଆଉ ୨୦ଟିକୁ ଚାର୍ଜ କରାଯିବ ବୋଲି ସୂଚନା ଦେଇଛନ୍ତି ସଚିବ। ତେବେ ପୁରୀରେ ବିଦ୍ୟୁତ୍ ସେବା କେବେ ସ୍ୱାଭାବିକ ହେବ ତାହା ଏବେ  କହିବା ସମ୍ଭବ ନୁହେଁ।

ରାଜଧାନୀରେ ଥିବା ୪ ଟି ଗ୍ରୀଡ୍‌ ଭିତରୁ ଚନ୍ଦକା ଗ୍ରୀଡରୁ ଜରୁରୀ ସେବା ଯୋଗାଉଥିବା ହସ୍ପିଟାଲ, ବିମାନ, ରେଳ ଓ ପିଇବା ପାଣି ଯୋଗାଉଥିବା ପମ୍ପହାଉସ ଗୁଡିକ ପ୍ରାଥମିକତା ଭିତ୍ତିରେ ବିଜୁଳି ଯୋଗାଣ କରାଯାଉଛି। ତେବେ ଅସହ୍ୟ ଗରମ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି।

ସେପଟେ କଟକରେ ଥିବା ଦୁଇଟି ଗ୍ରୀଡକୁ ଚାର୍ଜ କରାଯାଇଥିବା ବେଳେ ଜରୁରୀ ସେବା ଯୋଗାଉଥିବା କଟକ ବଡମେଡିକାଲ, ଶିଶୁଭବନ, ଆଚାର୍ଯ୍ୟ ହରିହର କ୍ୟାନସର ଇନଷ୍ଟିଚ୍ୟୁଟ୍ ଭଳି ସ୍ଥାନକୁ ବିଜୁଳି ସଂଯୋଗ କରାଯାଇଛି। କେବେ ସହରର ଗଳିକନ୍ଦିରେ କେବେ ଖୁଣ୍ଟ ଉଠିବ ଓ ବିଜୁଳି ଆସିବ ଲୋକେ ଚାତକ ଭଳି ଅନାଇ ରହିଛନ୍ତି।

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

You might also like