ଭୁବନେଶ୍ୱର: ରାଜଧାନୀରୁ ବିରଳ ଇଜିପ୍ଟିଆନ୍ ଶାଗୁଣା ଉଦ୍ଧାର ହୋଇଛି। ଗତ ୩୦ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ନିକଟରେ ଏହି ବିରଳ ଇଜିପ୍ଟିଆନ୍ ଶାଗୁଣା ଦେଖିବାକୁ ମିଳିଥିଲା।
୨ ଦିନ ଧରି ସ୍ଥାନୀୟ ଅଞ୍ଚଳରେ ଘୂରି ବୁଲିବା ପରେ ସ୍ଥାନୀୟ ବାସିନ୍ଦା ଓ ଗ୍ରୋ ଓ୍ୱିଥ୍ ନେଚର୍ ସଙ୍ଗଠନ ସଦସ୍ୟଙ୍କ ଦ୍ୱାରା ଶାଗୁଣାକୁ ଉଦ୍ଧାର କରାଯାଇଥିଲା।
ଉଦ୍ଧାର ଶାଗୁଣାକୁ ବନ ବିଭାଗକୁ ହସ୍ତାନ୍ତର କରିବା ପରେ ପାତ୍ରପଡ଼ା ରେଞ୍ଜ ଅଫିସରେ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା। ୪ ଦିନ ଧରି ରୁଟିନ୍ ଚେକ୍ଅପ୍ ପରେ ୫ ତାରିଖରେ ଚନ୍ଦକା ଡମପଡ଼ା ଅଭୟାରଣ୍ୟରେ ଶାଗୁଣାକୁ ଛାଡ଼ି ଦିଆଯାଇଛି।
https://youtu.be/9iA7reaHwmQ