ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ଉପରକୁ ଅଣ୍ଡାମାଡ଼

ବଲାଙ୍ଗିର(ମନୋରଂଜନ ଯୋଶି) : ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଉପରକୁ ଅଣ୍ଡାମାଡ଼। ବଲାଙ୍ଗିରରେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍ ଉପରକୁ ଅଣ୍ଡାମାଡ଼ ହୋଇଛି। ବଲାଙ୍ଗିରରୁ ରୋଡ୍ ସୋ ସାରି ବରଗଡ଼ ଯିବା ବାଟରେ ସାଲେଭଟା ଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ଉପରକୁ ଅଣ୍ଡାମାଡ଼ ହୋଇଛି।

ଏହି ଘଟଣା ପରେ ପୁଲିସ୍ ପକ୍ଷରୁ ସେଠାରେ ଲାଠିଚାର୍ଜ ସହ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି। ଏହି ଘଟଣାରେ ପୂର୍ବତନ ବିଧାୟକ ବାଳଗୋପାଳ ମିଶ୍ରଙ୍କୁ ତାଙ୍କ ସମର୍ଥକଙ୍କ ସହ ଅଟକ ରଖାଯାଇଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କର ବରଗଡ଼ରେ ପ୍ରଚାର କାର୍ଯ୍ୟକ୍ରମ ରହିଛି।

You might also like