ଆଦିବାସୀ କଳା ସଂସ୍କୃତିକୁ ବଞ୍ଚାଇ ରଖିବାକୁ ପ୍ରୟାସ

ଗଜପତି ସେରଙ୍ଗଠାରେ ଖୋଲିଛି ଆଦିବାସୀ ସୂଚନା ଓ ସଂସ୍କୃତି କେନ୍ଦ୍ର : ଆଦିବାସୀଙ୍କ ପରଂପରା ଓ ଖାଦ୍ୟପେୟର ପ୍ରଚାର ପ୍ରସାର ଲକ୍ଷ୍ୟ

ଗଜପତି(ଆଦର୍ଶ ଦାସ) : ଆଧୁନିକତାର ଛାପ ଯୋଗୁଁ ଲୋପ ପାଇବାକୁ ବସିଲାଣି ଆଦିବାସୀ କଳା ସଂସ୍କୃତି  । ଏଭଳି ସ୍ଥିତିରେ ଏହାକୁ ବଞ୍ଚାଇବା ଲାଗି ଆରମ୍ଭ ହୋଇଛି ଉଦ୍ୟମ। ସରକାରଙ୍କ ପକ୍ଷରୁ ଗଜପତି ସେରଙ୍ଗଠାରେ ନୂଆ କରି ଖୋଲିଛି ଆଦିବାସୀ ସୂଚନା ଓ ସଂସ୍କୃତି କେନ୍ଦ୍ର ଯାହା ଦ୍ୱାରା ଆଦିବାସୀଙ୍କ ସଂସ୍କୃତି, ପରଂପରା ଓ ଖାଦ୍ୟପେୟର ପ୍ରଚାର ପ୍ରସାର ହୋଇପାରିବ ବୋଲି ଆଶା କରାଯାଉଛି ।

ଆଦିମ ଜନଜାତି ଲାଞ୍ଜିଆ ସଉରାଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏବେ ଏହି ସୂଚନା ଓ ସଂସ୍କୃତି କେନ୍ଦ୍ର ନିର୍ମାଣ କରାଯାଇ ଆଦିବାସୀଙ୍କ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ କରାଯାଉଛି । ସରକାରଙ୍କ ଏହି ଉଦ୍ୟମକୁ ସ୍ଥାନୀୟ ଆଦିବାସୀମାନେ ବେସ୍ ପ୍ରଶଂସା କରିଛନ୍ତି । ଆଦିମ ଜନଜାତିଙ୍କ ସଂସ୍କୃତି ଓ ପରଂପରା ଲୋପ ପାଇବାକୁ ବସିଥିବା ବେଳେ ଏହାକୁ ସୁରକ୍ଷା ଦେବା ଲାଗି ସରକାରଙ୍କ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ ।

You might also like