ରକ୍ତ ସଙ୍କଟ ଦୂର ପାଇଁ ଓଟିଭିର ରକ୍ତଦାନ କାର୍ଯ୍ୟକ୍ରମ

ଭୁବନେଶ୍ୱର: କରୋନା ସଂକ୍ରମଣ ଏବଂ ଲକଡାଉନ ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟର ରକ୍ତଭଣ୍ଡାର ଗୁଡ଼ିକରେ ସମ୍ଭାବ୍ୟ ରକ୍ତସଙ୍କଟକୁ ଦେଖି ଗତକାଲି ଗୋଟିଏ ଦିନରେ ୪୧ ୟୁନିଟ୍ ରକ୍ତଦାନ କରିଛି ଓଡ଼ିଶା ଟେଲିଭିଜନ୍ ନେଟୱାର୍କ। ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ରକ୍ତଦାନ ଶିବିରରେ ଓଟିଭିର ୪୧ ଜଣ କର୍ମଚାରୀ ରକ୍ତଦାନ କରିଥିଲେ।

କମିଶନରେଟ ପୋଲିସ ଏବଂ ଓଟିଭିର ମିଳିତ ଉଦ୍ୟମରେ ଏହି ଶିବିର ଆୟୋଜିତ ହୋଇଥିଲା । ଲକଡାଉନ ସମୟରେ ରକ୍ତ ଆବଶ୍ୟକ କରୁଥିବା ରୋଗୀ ଯେପରି ଅସୁବିଧାରେ ନପଡନ୍ତି ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ଭିନ୍ନ ଭିନ୍ନ ସଂସ୍ଥା ସହ ମିଶି ଗତ ୧ ତାରିଖରୁ ଏହି ଉଦ୍ୟମ କରିଆସୁଛି ।

ଭାରତୀୟ ରେଡକ୍ରସ ସୋସାଇଟି ଏହି ରକ୍ତଦାନ ଶିବିର ପରିଚାଳନା କରିଥିଲା ଏଥିରେ ସଂଗୃହୀତ ରକ୍ତ ବିଶେଷ କରି ଥାଲାସେମିଆ ଓ ଅନ୍ୟ ରୋଗୀଙ୍କ ଆବଶ୍ୟକତା ମେଣ୍ଟାଇବାରେ ସହାୟକ ହେବ।

You might also like