ଆସନ୍ତାକାଲି କେନ୍ଦ୍ରାପଡ଼ାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ

କେନ୍ଦ୍ରାପଡ଼ା :  ଆସନ୍ତାକାଲି କେନ୍ଦ୍ରାପଡ଼ା ମ୍ୟୁନିସ୍‌ପାଲିଟିର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି କହିଛନ୍ତି ଏଡିଏମ୍। ସ୍ଥିତି ନିୟନ୍ତ୍ରଣାଧିନ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ସରକାରୀ ହାଇସ୍କୁଲ ପଡ଼ିଆରେ କୌଣସି କାର୍ଯ୍ୟକ୍ରମ ହେବ ନାହିଁ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି।

ସେପଟେ ଏହି ଘଟଣା ପ୍ରତିବାଦରେ ରାଷ୍ଟ୍ରୀୟ ସୁରକ୍ଷା ସମିତି ପକ୍ଷରୁ ଆସନ୍ତାକାଲି ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା ଦିଆଯାଇଛି।

ଉଲ୍ଲେଖନୀୟ ଯେ,ସ୍ଥାନୀୟ ସରକାରୀ ହାଇସ୍କୁଲ ପଡ଼ିଆରେ ଏକ ସଭାର ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ସମ୍ଭାବନା ନେଇ ସହରର ବିଭିନ୍ନ ଛକରେ ୬ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯାଇଛି।

ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନାରୁ ଅଶାନ୍ତ କେନ୍ଦ୍ରାପଡ଼ାରେ ୧୪୪ ଧାରା ଜାରି କରାଯାଇଛି। ଆସନ୍ତାକାଲି ଯାଏ ଜାରି ରହିବ ଏହି ୧୪୪ ଧାରା। ପୁଲିସ ଛାଉଣିରେ ଏବେ ସାରା ସହର।

ପୁଲିସ ସହରରେ ଫ୍ଲାଗ୍‌ ମାର୍ଚ୍ଚ କରିବା ସହ ଶାନ୍ତି କମିଟି ବୈଠକ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରାଯାଉଛି। ସହରରେ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଛି।

 

You might also like