ଅବ୍ୟବସ୍ଥା ଭିତରେ ଦେବଗଡ଼ ଜିଲ୍ଲାର ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଛାତ୍ରୀ ନିବାସ

ଦେବଗଡ଼: ଅବ୍ୟବସ୍ଥା ଭିତରେ ଦେବଗଡ ଜିଲ୍ଲାର ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଛାତ୍ରୀ ନିବାସ। ନାରୀ ଶିକ୍ଷା ପାଇଁ ଅନେକ ଯୋଜନା ହୋଇଥିଲେ ମଧ୍ୟ ଯୋଜନା କେମିତି ବାଟବଣା ହେଉଛି ତାହା ଏହି ଛାତ୍ରୀ ନିବାସକୁ ଦେଖିଲେ ସ୍ପଷ୍ଟ ହୋଇଯିବ।

hostelଆଜ୍‌ବେଷ୍ଟସ୍‌ ଭାଙ୍ଗି ଯାଇଥିବା ବେଳେ ଦିନରେ ଖରା, ରାତିରେ ଶୀତର ପ୍ରକୋପ ଓ ବର୍ଷା ହେଲେ ଏଥିରୁ ପାଣି ଲିକ୍‌ ହେଉଥିବା ଜଣାପଡ଼ିଛି। ଖାଲି ସେତିକି ନୁହେଁ କାନ୍ଥ ସନ୍ତସନ୍ତିଆ ରହୁଥିବାରୁ ଛାତ୍ରୀଙ୍କୁ ବିଦ୍ୟୁତ୍‌ ଝଟ୍‌କା ଲାଗୁଥିବା ମଧ୍ୟ ଅଭିଯୋଗ ହୋଇଛି। ଭଙ୍ଗା ବେଡ୍‌ରେ ଶୋଇବା, ଖାଇବା ସାଙ୍ଗକୁ ସେହି ବେଡ୍‌ରେ ବସି ପାଠ ମଧ୍ୟ ପଢ଼ିବାକୁ ପଡ଼େ। ଛାତ୍ରୀ ନିବାସରେ ମାତ୍ର ୩ଟି କୋଠରୀ ରହିଛି। ଏହି ୩ କୋଠରୀ ବିଶିଷ୍ଟ ଛାତ୍ରୀ ନିବାସରେ ରହୁଛନ୍ତି ୬୦ରୁ ଅଧିକ ଛାତ୍ରୀ।

hostel3ସେହିପରି ସ୍ନାନ ଶୌଚରେ ଦରକାର ହେଉଥିବା ପାଣି ପାଇବାକୁ ହେଲେ ଛାତ୍ର ନିବାସ ଉପରେ ନିର୍ଭର କରିବାକୁ ପଡ଼େ। ଛାତ୍ରୀ ନିବାସ ହୋଇଥିଲେ ମଧ୍ୟ ନା ଏଠି କୌଣସି ୱାର୍ଡେନ ଅଛନ୍ତି ନା ଅଛନ୍ତି ସୁରକ୍ଷାକର୍ମୀ। ଏନେଇ ଅଭିଯୋଗ କଲେ ସମସ୍ୟାର ସମାଧାନ ବଦଳରେ କର୍ତ୍ତୃପକ୍ଷ ପାଲଟା ଚେତାବନୀ ଦେଉଥିବା ଅଭିଯୋଗ ହୋଇଛି।  ତେବେ ଅଧ୍ୟକ୍ଷ ଏସବୁ  ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।

ଫଳରେ କର୍ତ୍ତୃପକ୍ଷଙ୍କ ଏଭଳି ଉଦାସୀନତା ଅନ୍ତେବାସୀଙ୍କ ଦୁଃଖକୁ ଆହୁରି ବଢାଇ ଦେଇଛି।

 

You might also like