ଏଣିକି ପରୀକ୍ଷା ସରିବାର ୪୫ ଦିନ ଭିତରେ ବାହାରିବ ରେଜଲ୍ଟ

ଭୁବନେଶ୍ୱର : ପରୀକ୍ଷା ସଂସ୍କାର ନେଇ ଉଚ୍ଚ ଶିକ୍ଷା ବିଭାଗର ତତ୍ପରତା। ପରୀକ୍ଷା ସରିବାର ୪୫ ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ। ବଢାଯିବ ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା।

ବିଶେଷ କରି ଯୁକ୍ତ ୩ ପାଇଁ ଗୁରୁତ୍ୱ ଦେଇଛି ଉଚ୍ଚ ଶିକ୍ଷା ବିଭାଗ। ଏନେଇ ସବୁ ବିଶ୍ୱବିଦ୍ୟାଳୟର କୁଳସଚିବ ଓ  ପରୀକ୍ଷା ନିୟନ୍ତ୍ରକଙ୍କ ସହ ଆଲୋଚନା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ଠିକ୍ ସମୟରେ ପରୀକ୍ଷା ପରିଚାଳନା ସହ ଆଗୁଆ କୋର୍ସ ସାରିବା ନେଇ ଗୁରୁତ୍ୱ ଦିଆଯାଇଛି। ତାସହ ପ୍ରଶ୍ନପତ୍ର ପ୍ରସ୍ତୁତକାରୀ ଓ ମୂଲ୍ୟାୟନକାରୀଙ୍କ ପାରିଶ୍ରମିକ ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ବୈଠକରେ କମ୍ପଟ୍ରୋଲର ଅଫ୍ ଫାଇନାନ୍ସ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ୧୫ ଦିନ ମଧ୍ୟରେ ବିଶ୍ୱବିଦ୍ୟାଳୟର ପାଣ୍ଠି କେତେ ଓ କେଉଁ ଆକାଉଣ୍ଟରେ ଅଛି, ରିପୋର୍ଟ ମଗାଯାଇଛି। କୁଳସଚିବ ମାନଙ୍କୁ ଜମିଜମା ସମ୍ପର୍କିତ ବିବାଦର ସମାଧାନ ଓ ନାକ୍ ମାନ୍ୟତା ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ବହୁମୁଖୀ ଅଟ୍ଟାଳିକା ନିର୍ମାଣ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି।

ଉଚ୍ଚ ଶିକ୍ଷାରେ ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ଚଳିତ ବର୍ଷରୁ ପ୍ରଚଳନ ହୋଇଛି ଏକକ ସିଲାବସ୍। ତେବେ ଶିକ୍ଷାବର୍ଷ ଆରମ୍ଭରୁ ଯେଭଳି ପରୀକ୍ଷା ପରିଚାଳନା ଠିକ୍ ଭାବେ ହେବ ଏବଂ ଫଳ ଠିକ୍ ସମୟରେ ପ୍ରକାଶ ପାଇବ, ତା ଉପରେ ବିଭାଗ ଗୁରୁତ୍ୱ ଦେଉଛି।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ଟିକା ମାଗଣାରେ ଦିଆଯିବ କି? ରଣେନ୍ଦ୍ରଙ୍କ ପ୍ରଶ୍ନର ଜବାବ ରଖିଲା ବିଜେପି

ବିଶ୍ୱାସରେ ବିଷ ଦେଇଦେଲେ ସାଙ୍ଗ !

ଥାନା ଅଧିକାରିଣୀଙ୍କ ଶୁଭେଚ୍ଛା ବିଜ୍ଞାପନରେ ବିଧାୟକଙ୍କ ଫଟୋ ଓ ଦଳୀୟ ଚିହ୍ନ

‘ଓଡ଼ିଶା ଲୋକଙ୍କୁ ମାଗଣା ଟିକା ପାଇଁ କଥାଦେବାକୁ ପଛଘୁଞ୍ଚା କାହିଁକି?’

କୋରାପୁଟରେ ମାଓ ବିରୋଧୀ ପୋଷ୍ଟର

ରାସ୍ତାରୁ ଉଠୁ ନାହାନ୍ତି ମହିଳା

ବରମୁଣ୍ଡା ବ୍ରିଜ୍‌ ତଳୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

୨୯ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧,୬୩୩ କରୋନା ପଜିଟିଭ୍‌‌ ଚିହ୍ନଟ

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର

You might also like