ବେସରକାରୀ ଅନୁଦାନପ୍ରାପ୍ତ କଲେଜ୍ କର୍ମଚାରୀଙ୍କୁ କାର୍ଯ୍ୟାନୁଷ୍ଠାନ ଚେତାବନୀ

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ ସହଯୋଗ ନକରିବାକୁ ରାଜ୍ୟର କିଛି ବେସରକାରୀ ଅନୁଦାନପ୍ରାପ୍ତ କଲେଜର କର୍ମଚାରୀ ନିଷ୍ପତ୍ତି ନେଇଛନ୍ତି। ତେଣୁ ଏହା ବିରୋଧରେ ପଦକ୍ଷେପ ଲାଗି ଉଚ୍ଚଶିକ୍ଷା ବିଭାଗକୁ ଗୃହ ବିଭାଗ ଚିଠି ଲେଖିଛି।

ନିର୍ବାଚନ କାର୍ଯ୍ୟରେ ଅସହଯୋଗ ଲାଗି କିଛି କର୍ମଚାରୀ ଲିଖିତ ଭାବେ ଜଣାଇଥିବା ନେଇ ଦୃଷ୍ଟିକୁ ଆସିବା ପରେ ନିର୍ବାଚନ କାର୍ଯ୍ୟରେ ସହଯୋଗ ପାଇଁ ସବୁ କଲେଜର ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦେବା ଲାଗି ଗୃହ ବିଭାଗ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖି ଜଣାଇଛି।

ରାଜ୍ୟର ବୃହତର ସ୍ୱାର୍ଥ ଦୃଷ୍ଟିରୁ ଏହି କାର୍ଯ୍ୟରେ ସହଯୋଗ କରିବା ସହ ଏଥିରେ ଉଲ୍ଲଂଘନ ହେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ଚିଠିରେ ଉଲ୍ଲେଖ ରହିଛି।

You might also like