ଇଡି କରିବ ତଦନ୍ତ

ଓପେପା ଅଧିକାରୀ ଓ ତହସିଲଦାରଙ୍କ ଆୟବହିର୍ଭୂତ ସଂପତ୍ତି ମାମଲା

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍‌ସ ଜାଲରେ ଛନ୍ଦି ହୋଇଥିବା ଓପେପା ଅଧିକାରୀ ଓ ତହସିଲଦାରଙ୍କ ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ଓପେପା ଅଧିକାରୀ ନଳିନୀ ପୃଷ୍ଟି ଓ ତହସିଲଦାର ବିଜୟ କେତନ ସାହୁଙ୍କ ନାଁରେ ୭କୋଟି ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲା ରହିଛି। ଉଭୟ ଅଭିଯୁକ୍ତ ଅଧିକାରୀ ସ୍ୱାମୀ-ସ୍ତ୍ରୀ।

ମନି ଲଣ୍ଡରିଂ ଆକ୍ଟ ବଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାର ତଦନ୍ତ କରିବ ବୋଲି ସୂଚନା ମିଳିଛି। କିଛିମାସ ତଳେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦମ୍ପତିଙ୍କୁ ଭିଜିଲାନସ ସେଲ ଗିରଫ କରିଥିଲା।

ଭିଜିଲାନସ ପ୍ରଥମେ ପତ୍ନୀ ନଳିନୀ ପୃଷ୍ଟିଙ୍କ ସଂପତ୍ତିର ଖୋଳତାଡ଼ କରୁ କରୁ ତାଙ୍କ ସ୍ୱାମୀ ତଥା ସେତେବେଳର ତହସିଲଦାର ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିଲେ।

 

You might also like