ED ସ୍କାନରରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ପାଠକ ବାପ, ପୁଅଙ୍କ ସମ୍ପର୍କରେ ଇଡିର ତଦନ୍ତ ପାଇଁ ସୁପାରିସ ହୋଇଥିବା ବେଳେ ଏବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବି ତଦନ୍ତ ପରିସରକୁ ଆଣିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏନେଇ କ୍ରାଇମବ୍ରାଞ୍ଚକୁ ଇଡି ଏତଲା କପି ମାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯୁଗ୍ମ ନିର୍ଦ୍ଦେଶକ ମାଧବ ମିଶ୍ର ଏହି ସୂଚନା ଦେଇଛନ୍ତି।

ଭାବି ଜ୍ୱାଇଁ ଆକାଶ ପାଠକଙ୍କ ଲିଙ୍କରେ ଗତକାଲିି ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା।ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସାଧାରଣ ବିଚାରାଧିନ କଏଦୀ ଭାବେ ଝାରପଡ଼ା ଜେଲ୍‌ରେ ରାତି କାଟିଥିଲେ ପ୍ରଦୀପ ପାଣିଗ୍ରାହୀ। ଜେଲ୍ ମାନୁଏଲ୍ ଅନୁସାରେ ପ୍ରଦୀପଙ୍କୁ ସାଧାରଣ କଏଦୀ ଭାବେ ସୁବିଧା ସୁଯୋଗ ଦିଆଯାଇଛି। ତେବେ କୋଭିଡ୍ ନିୟମାବଳୀ ଆଧାରରେ ତାଙ୍କୁ ୧୪ ନମ୍ବର ଓ୍ୱାର୍ଡରେ ସଙ୍ଗରୋଧରେ ରଖାଯାଇଛି।

ଅନ୍ୟପକ୍ଷେ, ପ୍ରଦୀପ ପାଣିଗ୍ରାହୀ ଉପର କୋର୍ଟରେ ଜାମିନ ପାଇଁ ଆବେଦନ କରିପାରନ୍ତି।

ପଢ଼ନ୍ତୁ: ଜେଲ୍‌ ଗଲେ ବହିଷ୍କୃତ ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ

You might also like