ପାଠକ ବାପପୁଅଙ୍କ ଆର୍ଥିକ ହେର୍‌ଫେର୍‌ ଅଭିଯୋଗ; ତଦନ୍ତ ଆରମ୍ଭ କଲା ଇଡି

ବ୍ରହ୍ମପୁର: ବ୍ରହ୍ମପୁରରେ ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅଙ୍କ ଟଙ୍କା କାରବାର ଅଭିଯୋଗରେ ତଦନ୍ତ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳ ବା ଇଡି। ଆର୍ଥିକ ନେଣଦେଣ ତଦନ୍ତ ପାଇଁ ଭିଜିଲାନ୍ସର ସୁପାରିଶ ପରେ ଇଡି ତଦନ୍ତ ଆରମ୍ଭ କରିଛି। ଏ ନେଇ ସୂଚନା ଦେଇଛନ୍ତି ଇଡି ଯୁଗ୍ମ ନିର୍ଦ୍ଦେଶକ ମାଧବ ଚନ୍ଦ୍ର ମିଶ୍ର। ଆର୍ଥିକ କାରବାରର ତଦନ୍ତ ପାଇଁ କାଲି ଭିଜିଲାନ୍ସ ଇଡିକୁ ଚିଠି କରିଥିଲା

ଅନ୍ୟପଟେ ଅଭୟକାନ୍ତ ପାଠକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ SIT ମଧ୍ୟ ବିଭିନ୍ନ ଅଞ୍ଚଳକୁ ଯାଇ ଖୋଳତାଡ଼ କରିଛି। ବ୍ରହ୍ମପୁରର ୬ଟି ବ୍ୟାଙ୍କକୁ ଯାଇ ଅଭୟକାନ୍ତଙ୍କ ଆୟ ଓ ଜମାକୁ ନେଇ ତଦନ୍ତ ହୋଇଛି। ଏହି ବ୍ୟାଙ୍କ ଜମାକୁ ତଦନ୍ତ କରିବା ପରେ ପରବର୍ତ୍ତି ପଦକ୍ଷେପ ଓ ତଦନ୍ତର ଗତି ନିର୍ଦ୍ଦାରିତ ହେବ ବୋଲି ଭିଜିଲାନ୍ସ ଅତିରିକ୍ତ ଏସ୍‌ପି ଶାନ୍ତନୁ ପାଢ଼ୀ ସୂଚନା ଦେଇଛନ୍ତି। ବ୍ରହ୍ମପୁରର ବିଭିନ୍ନ ଡାକଘରେ ବି ଭିଜିଲାନ୍ସ ଟିମ୍ ଯାଞ୍ଚ କରିଛି।

୨୦୦୪ରୁ ୨୦୦୭ ଯାଏଁ ବ୍ରହ୍ମପୁର ଡିଏଫ୍ଓ ଭାବେ କାର୍ଯ୍ୟ କରିଥିଲେ ଅଭୟକାନ୍ତ। ତେଣୁ ବ୍ରହ୍ମପୁର ଲିଙ୍କକୁ ନେଇ ଏବେ ତଦନ୍ତ କରାଯାଉଛି।

You might also like