୨ରେଳ କର୍ମଚାରୀ ସସ୍‌ପେଣ୍ଡ

ଟ୍ରେନ୍ ଯିବା ବେଳେ ପୁରୀ ସିଦ୍ଧ ମହାବୀର ରେଳ ଫାଟକ ଖୋଲା ଘଟଣା

ପୁରୀ  : ଟ୍ରେନ୍‌ ଯିବା ବେଳେ ପୁରୀ ସିଦ୍ଧ ମହାବୀର ରେଳ ଫାଟକ ଖୋଲା ଘଟଣା। ତଦନ୍ତ ପରେ ୨ରେଳ କର୍ମଚାରୀଙ୍କୁ ସସ୍‌ପେଣ୍ଡ କଲା ପୂର୍ବତଟ ରେଳବାଇ। ଟ୍ରେନ୍‌ ଡ୍ରାଇଭର ଗୋବିନ୍ଦ ସାହୁ , ସହକାରୀ ଡ୍ରାଇଭର ଉମେଶ କୁମାର ସସ୍‌ପେଣ୍ଡ ହୋଇଛନ୍ତି।

ଉଲ୍ଲେଖନୀୟ ଯେ,ଶନିବାର ସକାଳେ ତପସ୍ୱିନୀ ଏକ୍ସପ୍ରେସ୍‌ ପୁରୀ ଆସୁଥିଲା ବେଳେ ଏହି ଘଟଣା ଘଚିଥିଲା। ସକାଳ ୭ଟା ୨୫ ମିନିଟରେ ଟ୍ରେନ୍‌ଟି ପୁରୀ-କୋଣାର୍କ ସିଦ୍ଧ ମହାବୀର ରାସ୍ତାର ରେଳ ଫାଟକ ଦେଇ ଆସୁଥିଲା। ଏହି ସମୟରେ ରେଳ ଫାଟକର ଗେଟ୍ ପଡି ନଥିଲା। ଫାଟକଟି ସମ୍ପୂର୍ଣ୍ଣ ମୁକୁଳା ହୋଇଥିଲେ ହେଁ ଏହି ବାଟ ଦେଇ ଯାଉଥିବା ଯାନବାହାନ ଆପେ ଆପେ ରହିଯାଇଥିଲେ।

ସୌଭାଗ୍ୟବଶତଃ ଏଥିରେ କୌଣସି ଅଘଟଣ ଘଟି ନାହିଁ। ତେବେ ଫାଟକରେ ଜଗୁଆଳୀ ରହିଥିଲେ ମଧ୍ୟ କାହିଁକି ଫାଟକ ପଡିନଥିଲା ତାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

You might also like