• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar
  • ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୦-୨୧
  • ରାଜ୍ୟରେ କମିଲା ମୁଣ୍ଡପିଛା ଆୟ
  • ଗତବର୍ଷ ତୁଳନାରେ ରାଜ୍ୟରେ ମୁଣ୍ଡପିଛା ଆୟ କମିଲା
  • ୨୦୧୯-୨୦ରେ ରାଜ୍ୟରେ ମୁଣ୍ଡପିଛା ଆୟ ଥିଲା ୧ଲକ୍ଷ ୪ ହଜାର ୫୬୬
  • ୨୦୨୦-୨୧ରେ ୧ଲକ୍ଷ ୨ ହଜାର ୧୫୬ ଟଙ୍କାକୁ ହ୍ରାସ

ଭୁବନେଶ୍ୱର: ରାଜ୍ୟରେ କମିଲା ମୁଣ୍ଡପିଛା ଆୟ। ୨୦୨୦-୨୧ର ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି। ଗତବର୍ଷ ତୁଳନାରେ ରାଜ୍ୟରେ ମୁଣ୍ଡପିଛା ଆୟ କମିଥିବା ରିପୋର୍ଟରେ ଦର୍ଶାଯାଇଛି। ୨୦୧୯-୨୦ରେ ରାଜ୍ୟରେ ମୁଣ୍ଡପିଛା ଆୟ ଥିଲା ୧ଲକ୍ଷ ୪ ହଜାର ୫୬୬ ଟଙ୍କା। ତେବେ ୨୦୨୦-୨୧ରେ ଏହା ୧ଲକ୍ଷ ୨ ହଜାର ୧୫୬ ଟଙ୍କାକୁ ହ୍ରାସ ପାଇଛି। ଗତବର୍ଷ ତୁଳନାରେ ରାଜ୍ୟର ମୁଣ୍ଡପିଛା ଆୟ ୨୪୧୦ ଟଙ୍କା କମିଛି।

ଏହି ହ୍ରାସ ପରିମାଣ ୨.୩ ପ୍ରତିଶତ ଥିବା ନେଇ ସୂଚନା ରହିଛି। ସେହିପରି ଦେଶ ତୁଳନାରେ ମଧ୍ୟ ରାଜ୍ୟର ମୁଣ୍ଡ ପିଛା ଆୟ କମ୍ ଥିବା ଦର୍ଶା ଯାଇଛି। ସେହିପରି ରାଜ୍ୟର ଅଭିବୃଦ୍ଧି ହାର ମଧ୍ୟ କମିବ ବୋଲି ଆକଳନ କରାଯାଇଛି। ଏଥର ରାଜ୍ୟର ଅଭିବୃଦ୍ଧି ହାର ମାଇନସ୍ ୪.୯୨ ପ୍ରତିଶତ ରହିବ ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଏପଟେ କୃଷି କ୍ଷେତ୍ରରେ ମଧ୍ୟ ଲାଗିଛି ଜବରଦସ୍ତ ଝଟକା। କୃଷିକ୍ଷେତ୍ରରେ ବି ଅଭିବୃଦ୍ଧି ୬.୫୪ ପ୍ରତିଶତ କମିବ ବୋଲି ସୂଚନା ରହିଛି। ସେପଟେ ଜାତୀୟ ସ୍ତରରେ କୃଷି କ୍ଷେତ୍ରରେ ୩.୪ ପ୍ରତିଶତ ଅଭିବୃଦ୍ଧି ହେବ। ଗତବର୍ଷ ରାଜ୍ୟର କୃଷି କ୍ଷେତ୍ର ୧୧.୯୨ ପ୍ରତିଶତ ହାରରେ ବୃଦ୍ଧିପାଇଥିଲା। ସେହିପରି ଶିଳ୍ପ କ୍ଷେତ୍ର ଅଭିବୃଦ୍ଧି ୮.୮୩ ପ୍ରତିଶତ କମିବ ଓ ସେବା କ୍ଷେତ୍ରରେ ୩.୧୮ ପ୍ରତିଶତ ଖସିବ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।

Economic-survey-report-2020-21-per-capita-income-in-the-state
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories