ଏଥର ସାତକୋଶିଆ ବାଲିପୁଟରେ ଇକୋ ରିଟ୍ରିଟ୍

କଟକ: କଟକ ସାତକୋଶିଆର ବାଲିପୁଟରେ ଏଥର ହେଉଛି ଇକୋ ରିଟ୍ରିଟ୍। ପର୍ଯ୍ୟଟକଙ୍କୁ ଆତ୍କୃଷ୍ଟ କରିବାକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏଥର ସ୍ୱତନ୍ତ୍ର ଆୟୋଜନ ହୋଇଛି।

ପ୍ରକୃତିର ଶୋଭାରାଜିକୁ ଅତି ନିକଟରୁ ଦେଖିବାକୁ ବ୍ୟବସ୍ଥା ହୋଇଛି। ସ୍ଥାନୀୟ ବାଲିପୁଟରେ ୨୫ଟି କଟେଜ୍ ନିର୍ମାଣ କରାଯାଇଛି।

ସ୍ଥାନୀୟ ଅଞ୍ଚଳର ବିକାଶ ସାଙ୍ଗକୁ କରୋନା ପରେ ଭୁଶୁଡ଼ି ପଡ଼ିଥିବା ପର୍ଯ୍ୟଟନ ଶିଳ୍ପକୁ ପୁଣି ଥରେ ଛିଡ଼ା କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଏହାକୁ ଆଜି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ  ଉଦ୍‌ଘାଟନ କରିବେ। ଭିଡିଓ କନଫରେନ୍ସିଂରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ।

ସାତକୋଶିଆ ବ୍ୟତୀତ ଗତବର୍ଷ ଭଳି ଚଳିତ ଥର କୋଣାର୍କ ସମେତ ନୂଆ ଭାବେ ହୀରାକୁଦ, ଦାରିଙ୍ଗବାଡ଼ିରେ ବି ଇକୋ ରିଟ୍ରେଟ୍ ଆୟୋଜନ ହୋଇଛି। ଯାହା ଫେବ୍ରୁଆରୀ ୨୮ ଯାଏ ଚାଲିବ।

You might also like