ଓଡ଼ିଆ ଯୁବକଙ୍କ କମାଲ୍‌: କାଗଜରେ ତିଆରି କଲେ ପେନ୍‌

ଭୁବନେଶ୍ୱର: ମାର୍କେଟ୍‌କୁ ଆସିଲା କାଗଜରେ ତିଆରି ଇକୋ ଫ୍ରେଣ୍ଡ୍‌ଲି ୟୁଜ୍ ଆଣ୍ଡ ଥ୍ରୋ ପେନ୍। ଭୁବନେଶ୍ୱରର ପ୍ରେମ୍‌ ପାଣ୍ଡେ ଓ ମହମ୍ମଦ ଅହମ୍ମଦ ଶାହା ଏଭଳି ପେନ୍ ତିଆରି କରିଛନ୍ତି।

ପେନ୍‌ର ରିଫିଲ୍‌ ପ୍ଲାଷ୍ଟିକ୍‌ରେ ତିଆରି ହୋଇଥିବା ବେଳେ ପେନ୍‌ଟି କାଗଜରେ ତିଆରି ହୋଇଛି। ଯାହାର ଦାମ୍‌ ୫ରୁ ୭ ଟଙ୍କା ମଧ୍ୟରେ ରହିଛି। ଏହି ପେନ୍ ସହଜରେ ମାଟିରେ ମିଶିଯାଉଥିବା ସହ ପରିବେଶପଯୋଗୀ ବୋଲି ଜଣାପଡ଼ିଛି। ଆଗକୁ ପେନ୍‌ର ରିଫିଲ୍‌ ମଧ୍ୟ ଇକୋ ଫ୍ରେଣ୍ଡ୍‌ଲି ଦ୍ରବ୍ୟରେ ତିଆରି କରିବା ପାଇଁ ଯୋଜନା ରଖିଥିବା ପେନ୍ ନିର୍ମାତା କହିଛନ୍ତି।

ପ୍ଲାଷ୍ଟିକ୍‌ ପରିବେଶ ପାଇଁ କ୍ଷତିକାରକ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ବଢ଼ିବାରେ ଲାଗିଛି। ତେଣୁ ପ୍ଲାଷ୍ଟିକ୍‌ର ବ୍ୟବହାର କମାଇବା ଲାଗି ଏଭଳି ପଦକ୍ଷେପକୁ ନେଇ ଚାରିଆଡ଼ୁ ପ୍ରଶଂସା ମିଳୁଛି।

You might also like