ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ଭୁବନେଶ୍ୱର: ଉପନିର୍ବାଚନ ପାଇଁ  ଛୁଟି ଘୋଷଣା। ଉପନିର୍ବାଚନ ପାଇଁ ନଭେମ୍ବର ୩ରେ ବାଲେଶ୍ୱର, ତିର୍ତ୍ତୋଲରେ ଛୁଟି ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ।

ସବୁ ସରକାରୀ, ବେସରକାରୀ ଅନୁଷ୍ଠାନ କର୍ମଚାରୀଙ୍କୁ ସବୈତନିକ ଛୁଟି ଦେବା ପାଇଁ କୁହାଯାଇଛି। ନିର୍ବାଚନ ମଣ୍ଡଳୀ ବାହାରେ ଚାକିରି କରୁଥିବା ଲୋକ ବି ଛୁଟି ନେଇପାରିବେ। ସେହିପରି ଭୋଟ ଦେବା ପାଇଁ ବାହାରେ ଚାକିରି କରୁଥିବା ଲୋକ ଛୁଟି ନେଇ ପାରିବେ।

ସେପଟେ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଇନ ଶୃଙ୍ଖଳା ସ୍ଥିତିକୁ ପରଖିଛନ୍ତି ପୋଲିସ୍ ଡିଜି ଅଭୟ। ସେ ଜଗତସିଂହପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପୁଲିଂ ବୁଥ୍‌କୁ  ତିନି ସ୍ତରରେ ବିଭକ୍ତ କରାଯାଇଛି। ଅଣ ସମ୍ବେଦନଶୀଳ, ସମ୍ବେଦନଶୀଳ, ଅତି ସମ୍ବେଦନଶୀଳ ଭାବେ ଭାଗ କରାଯାଇଛି।

You might also like