ବଢ଼ିଲା ପ୍ଲାଟଫର୍ମ ଟିକଟ ଦାମ: ୧୦ ଟଙ୍କାରୁ ଏକାଥରେ ଏତିକି

ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, ବ୍ରହ୍ମପୁର ଷ୍ଟେସନ ସମେତ ରାୟଗଡ଼ା, ସମ୍ବଲପୁର, ବିଜୟନଗରମ, ଶ୍ରୀକାଲୁମରେ ବି ଲାଗୁ ହେଲା ବର୍ଦ୍ଧିତ ଦର

ଭୁବନେଶ୍ୱର: କରୋନା ସ୍ଥିତିକୁ ଦେଖି ବଢ଼ିଲା ରେଲୱେ ପ୍ଲାଟଫର୍ମ ଟିକଟର ଦାମ। ରେଲୱେ ପ୍ଲାଟଫର୍ମ ଟିକଟ ଦର ୧୦ରୁ ୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। କରୋନା ସଂକ୍ରମଣ ରୋକିବାକୁ ପୂର୍ବତଟ ରେଳପଥ ଏଭଳି ପଦକ୍ଷେପ ନେଇଛି।

ପ୍ଲାଟଫର୍ମ ଟିକଟ ଦର ବୃଦ୍ଧି ହେଲେ ଷ୍ଟେସନରେ ଅଯଥା ଭିଡ଼କୁ ଏଡ଼ାଇ ଦେଇହେବ ବୋଲି ଆଶା ରଖିଛି ପୂର୍ବତଟ ରେଲୱେ। ତେବେ ସାମୟିକ ଭାବେ ଏହି ଦର ବୃଦ୍ଧି କରାଯାଇଥିବା ସୂଚନା ଦିଆଯାଇଛି।

ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, ବ୍ରହ୍ମପୁର ଷ୍ଟେସନ ସମେତ ରାୟଗଡ଼ା, ସମ୍ବଲପୁର, ବିଜୟନଗରମ, ଶ୍ରୀକାଲୁମରେ ବି ଏହା ଲାଗୁ କରାଯାଇଛି। ପୂର୍ବରୁ ମୁମ୍ବାଇରେ ମଧ୍ୟ ପ୍ଲାଟଫର୍ମ ଟିକଟକକୁ ୫୦ ଟଙ୍କା କରିଦିଆଯାଇଥିଲା।

 

You might also like