ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ଫୋନି ଲାଗି ଟ୍ରେନ୍ ସେବା ପ୍ରଭାବିତ ହେବ। ଏଥିଲାଗି ୭୪ଟି ଟ୍ରେନ୍ ବାତିଲ୍ କଲା ପୂର୍ବତଟ ରେଳପଥ। ଯାତ୍ରୀଙ୍କ ନିରାପତ୍ତା ଓ ସୁରକ୍ଷାକୁ ଧ୍ୟାନରେ ରଖି ଏହି ଟ୍ରେନ୍ ସେବା ବାତିଲ୍ କରାଯାଇଛି।
ସୂଚନା ମୁତାବକ, ଆସନ୍ତା କାଲି ଠାରୁ ଭଦ୍ରକ-ବିଜୟନଗର ମଧ୍ୟରେ ରେଳ ଚଳାଚଳ ସ୍ଥଗିତ ରହିବ ଏବଂ ଭୁବନେଶ୍ୱର ଓ ପୁରୀ ଅଭିମୁଖେ ଆସୁଥିବା ସବୁ ଟ୍ରେନ୍, ହାୱଡ଼ାରୁ ଇଷ୍ଟକୋଷ୍ଟ ଓ କରମଣ୍ଡଳ ଏକ୍ସପ୍ରେସ୍ ,ହାୱଡ଼ାରୁ ପୁରୀ ଅଭିମୁଖେ ଆସିବାକୁ ଥିବା ସମସ୍ତ ଟ୍ରେନ୍ ଓ ହାୱଡାରୁ ବାଙ୍ଗାଲୋର୍ ,ଚେନ୍ନାଇ ଓ ସିକନ୍ଦରାବାଦ ଯିବାକୁ ଥିବା ଟ୍ରେନ୍ ବାତିଲ୍ ହୋଇଛି।
୩ ତାରିଖରେ ଭୁବନେଶ୍ୱର ଓ ପୁରୀରୁ ଯିବାକୁ ଥିବା ସମସ୍ତ ମଧ୍ୟ ଟ୍ରେନ୍ ବାତିଲ୍ ହୋଇଛି।