ବିଳମ୍ବିତ ରାତିରେ ଭୂକମ୍ପର ଝଟ୍‌କା, ଲୋକେ ଆତଙ୍କିତ

ବାରିପଦା/ବାଲେଶ୍ୱର: ଗତକାଲି ରାତି ୨ଟା ୧୩ରେ ମୟୂରଭଞ୍ଜ ଜିଲ୍ଲାରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୯ ରେକର୍ଡ କରାଯାଇଛି। ଏ ନେଇ National Centre for Seismology ପକ୍ଷରୁ ସୂଚନା ଦିଆଯାଇଛି।

ବାରିପଦା ସହର ସମେତ ବଡ଼ସାହି, ଖୁଣ୍ଟା, ବେତନଟୀ, ମାଣତ୍ରି ଓ ଉଦଳା ଅଞ୍ଚଳରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା।

ହଠାତ୍‌ ଭୂକମ୍ପ ହେବା ଯୋଗୁ ଭୟରେ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ।

You might also like